ଶିଶୁର ମୃତଦେହ ଧରି ହସ୍ପିଟାଲ୍‌ରେ ବୁଲିଲା କୁକୁର

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଶିଶୁର ମୃତଦେହ ଧରି ମେଡ଼ିକାଲ୍‌ ପରିସରରେ ବୁଲିଲା କୁକୁର। ଆଜି ଏପରି ଦୃଶ୍ୟ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ ପରିସରରେ ଦେଖିବାକୁ ମିଳିଛି। ଏହା ପରେ ମେଡିକାଲ୍‌ରେ ହଇଚଇ ସୃଷ୍ଟି ହୋଇଛି। ଆଜି ଗୋଟିଏ ବୁଲା କୁକୁର କଅଁଳା ଶିଶୁର ମୃତଦେହକୁ ଧରି ହସପିଟାଲ ପରିସରରେ ଘୂରି ବୁଲୁଥିଲା। ମେଡିକାଲ୍‌ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ଏପରି ଦୃଶ୍ୟ ଦେଖି ପାଟିତୁଣ୍ଡ କରିଥିଲେ। ଲୋକଙ୍କ ହୋ-ହଲ୍ଲା ଯୋଗୁ କୁକୁରଟି ହସ୍ପିଟାଲ୍‌ ପରିସରରେ ଥିବା […]

Dog

Manoranjan Sial
  • Published: Thursday, 07 October 2021
  • , Updated: 07 October 2021, 04:51 PM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଶିଶୁର ମୃତଦେହ ଧରି ମେଡ଼ିକାଲ୍‌ ପରିସରରେ ବୁଲିଲା କୁକୁର। ଆଜି ଏପରି ଦୃଶ୍ୟ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍‌ପିଟାଲ୍‌ ପରିସରରେ ଦେଖିବାକୁ ମିଳିଛି। ଏହା ପରେ ମେଡିକାଲ୍‌ରେ ହଇଚଇ ସୃଷ୍ଟି ହୋଇଛି।

ଆଜି ଗୋଟିଏ ବୁଲା କୁକୁର କଅଁଳା ଶିଶୁର ମୃତଦେହକୁ ଧରି ହସପିଟାଲ ପରିସରରେ ଘୂରି ବୁଲୁଥିଲା। ମେଡିକାଲ୍‌ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ଏପରି ଦୃଶ୍ୟ ଦେଖି ପାଟିତୁଣ୍ଡ କରିଥିଲେ। ଲୋକଙ୍କ ହୋ-ହଲ୍ଲା ଯୋଗୁ କୁକୁରଟି ହସ୍ପିଟାଲ୍‌ ପରିସରରେ ଥିବା ଏଟିଏମ୍‌ କାଉଣ୍ଟର ନିକଟରେ ଶିଶୁର ଖଣ୍ଡବିଖଣ୍ଡିତ ମୃତଦେହ ପକାଇ ଚାଲିଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୃତ ଶିଶୁର ପରିଚୟ ମିଳିପାରି ନାହିଁ। ମେଡ଼ିକାଲରେ ମୃତ୍ୟୁ ହୋଇଥିବା ଶିଶୁକୁ ପରିବାର ଲୋକେ ସତ୍କାର ନକରି ପରିତ୍ୟକ୍ତ ଜାଗାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

ଏହା ପୂର୍ବରୁ କିଛି ଦିନ ତଳେ ହସ୍ପିଟାଲ୍‌ ଡ୍ରେନ୍‌ ଭିତରୁ ଜଣେ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଶିଶୁମାନଙ୍କ ମୃତଦେହ ଫିଙ୍ଗୁଛି କିଏ? ସେ ନେଇ ଅଧିକ ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

Related story