ବୁଲା କୁକୁର ଧରା ଅଭିଯାନ, ଧରା ପଡ଼ିଲେଣି ୬୦

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ୩ ଦିନ ମଧ୍ୟରେ  ରାଉରକେଲାରେ ଶତାଧିକ ଲୋକ ବୁଲା କୁକୁରଙ୍କ କାମୁଡ଼ାର ଶିକାର ହୋଇ ସାରିଲେଣି। ବୁଲା କୁକୁରଙ୍କ ପାଦ୍ରୂଭାବ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ  ଏ ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଲୋକଙ୍କ ଆକ୍ରୋଶ ଦେଖି  ରାଉରକେଲା ମହାନଗର ନିଗମ ପକ୍ଷରୁ ବୁଲା କୁକୁରଙ୍କୁ ଧରିବା ଅଭିଯାନ ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରୁ  ଆରମ୍ଭ କରାଯାଇଥିବା ଏହି ଅଭିଯାନ […]

dog-1

Niharika Rout
  • Published: Wednesday, 29 January 2020
  • , Updated: 29 January 2020, 12:59 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ୩ ଦିନ ମଧ୍ୟରେ  ରାଉରକେଲାରେ ଶତାଧିକ ଲୋକ ବୁଲା କୁକୁରଙ୍କ କାମୁଡ଼ାର ଶିକାର ହୋଇ ସାରିଲେଣି। ବୁଲା କୁକୁରଙ୍କ ପାଦ୍ରୂଭାବ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ  ଏ ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

ଲୋକଙ୍କ ଆକ୍ରୋଶ ଦେଖି  ରାଉରକେଲା ମହାନଗର ନିଗମ ପକ୍ଷରୁ ବୁଲା କୁକୁରଙ୍କୁ ଧରିବା ଅଭିଯାନ ଆରମ୍ଭ ହୋଇଛି । ମଙ୍ଗଳବାର ଅପରାହ୍ନରୁ  ଆରମ୍ଭ କରାଯାଇଥିବା ଏହି ଅଭିଯାନ ପରେ ୬୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଧରା ଯାଇ ପ୍ରାଣୀ ଧନ ଚିକିତ୍ସା କେନ୍ଦ୍ରରେ ବନ୍ଧ୍ୟାକରଣ ଲାଗି ରଖାଯାଇଛି । ମହାନଗର ନିଗମର ୪୦ଟି ୱାର୍ଡରେ ୬ ଟି ସ୍କ୍ୱାର୍ଡ ଦ୍ୱାରା ଏହି  ଅଭିଯାନ ଜାରି ରହିଛି । ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ରାଉରକେଲା ମହାନଗର ନିଗମ କମିଶନର କହିଛନ୍ତି ।

ସୂଚନାଯୋଗ୍ୟ ଯେ ଜାନୁଆରୀ ୨୬ ତାରିଖରୁ ସହରର ବିଭିନ୍ନ ସ୍ଥାନରେ ବୁଲା କୁକୁର କାମୁଡ଼ାରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

Related story