ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଶା କ୍ୱାରେଣ୍ଟାଇନରେ ନ ରହିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏପରି କଡ଼ା ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ଅମାନିଆଙ୍କୁ ଏମିତି ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
ସେ କହିଛନ୍ତି,“ ସମସ୍ତ ପ୍ରବାସୀ ଓଡ଼ିଆ ୧୪ ଦିନ ପୃଥକବାସରେ ରହିବା ବାଧ୍ୟତାମୂଳକ। ଯାହାର ଲକ୍ଷଣ ଦେଖାଦେବ ସେମାନଙ୍କ ପରୀକ୍ଷା ହେବ। ଯିଏ କ୍ୱାରେଣ୍ଟାଇନ ନିୟମ ନ ମାନିବ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”
ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି,“ ଏବେ ରାଜ୍ୟର ୮ଟି ସ୍ଥାନରେ କରୋନା ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ହେଉଛି। ଘରୋଇ ହସ୍ପିଟାଲରେ ପରୀକ୍ଷା ପାଇଁ ଆଇସିଏମ୍ଆରକୁ ଅନୁରୋଧ କରାଯାଇଛି। ଏବେ ଦିନକୁ ତିନି ହଜାର ପରୀକ୍ଷା କରାଯାଉଛି। ଖୁବଶୀଘ୍ର ପାଞ୍ଚ ହଜାର ନମୂନା ପରୀକ୍ଷା ହେବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।