ବ୍ଲକ୍‌ ଅଫିସରେ ତାଲା ପକାଇଲେ, କହିଲେ- ବିଡିଓ କ‘ଣ ବିଜେଡି କର୍ମୀ?

ଟିଟିଲାଗଡ଼ (ମାନସ ମହାନ୍ତି): ବଲାଙ୍ଗିର ଜିଲ୍ଲାର ସଇଁତଳା ବ୍ଲକ ଅନ୍ତର୍ଗତ ଘୁନଷରଠାରେ ଗତକାଲିଠୁ ଆରମ୍ଭ ହୋଇଛି ଆମ ଗାଁ ଆମ ବିକାଶ ଯୋଜନା। ଏହାକୁ ନେଇ ବର୍ତ୍ତମାନ ଦେଖା ଦେଇଛି ବିବାଦ। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମକୁ କୌଣସି ସମିତି ସଭ୍ୟ କିମ୍ବା ଚେୟାରମ୍ୟାନଙ୍କୁ ଡକା ଯାଇନଥିଲା। ଫଳରେ ଆଜି ସମିତି ସଭ୍ୟ ସଂଘ ସଇଁତଳା ବ୍ଲକ କାର୍ଯ୍ୟାଳୟରେ ତାଲା ଦେବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଅଭିଯୋଗ […]

df25c25c-25fc-4ee5-b682-32c5b751c46f

Ordigital Desk
  • Published: Wednesday, 06 June 2018
  • , Updated: 06 June 2018, 07:44 PM IST

ଟିଟିଲାଗଡ଼ (ମାନସ ମହାନ୍ତି): ବଲାଙ୍ଗିର ଜିଲ୍ଲାର ସଇଁତଳା ବ୍ଲକ ଅନ୍ତର୍ଗତ ଘୁନଷରଠାରେ ଗତକାଲିଠୁ ଆରମ୍ଭ ହୋଇଛି ଆମ ଗାଁ ଆମ ବିକାଶ ଯୋଜନା। ଏହାକୁ ନେଇ ବର୍ତ୍ତମାନ ଦେଖା ଦେଇଛି ବିବାଦ। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମକୁ କୌଣସି ସମିତି ସଭ୍ୟ କିମ୍ବା ଚେୟାରମ୍ୟାନଙ୍କୁ ଡକା ଯାଇନଥିଲା। ଫଳରେ ଆଜି ସମିତି ସଭ୍ୟ ସଂଘ ସଇଁତଳା ବ୍ଲକ କାର୍ଯ୍ୟାଳୟରେ ତାଲା ଦେବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଅଭିଯୋଗ କରିଥିଲା, ବିଡିଓ ସରକାରୀ ଅଫିସରଙ୍କ ଭୂମିକା ବଦଳରେ ବିଜେଡି କର୍ମୀଙ୍କ ଭଲି ବ୍ୟବହାର କରୁଛନ୍ତି। ବିକ୍ଷୋଭକାରୀ ମାନେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ସମସ୍ୟାର ସମାଧାନ ନହେବା ଯାଏଁ ବ୍ଲକ୍‌ରେ ତାଲା ପଡ଼ି ରହିବ ବୋଲି କହିଛନ୍ତି। ଏବିଡିଓ କହିଛନ୍ତି, ଦାବିପତ୍ର ଗ୍ରହଣ କରାଯାଇଛି। ଏ ସଂପର୍କରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯିବ।

Related story