ଆନ୍ଦୋଳନ ଯୋଗୁ ଏନ୍‌ଟିପିସିର ୪ ୟୁନିଟ୍‌ ବନ୍ଦ, ବିଦ୍ୟୁତ ଉତ୍ପାଦନ ପ୍ରଭାବିତ

ଅନୁଗୋଳ(ବିରଜା ଦାଶ): ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ(ଏମ୍‌ସିଏଲ୍‌)ର ଭରତପୁର କୋଇଲାଖଣି ଦୁର୍ଘଟଣାର ସିଧାସଳଖ ପ୍ରଭାବ କଣିହାଁ ନ୍ୟାସନାଲ୍‌ ଥର୍ମାଲ ପାୱାର କର୍ପୋରେଶନ୍‌ (ଏନ୍‌ଟିପିସି) ଉପରେ ପଡ଼ିଛି। ଖଣି ଖନନ, କୋଇଲା ଉତ୍ତୋଳନ ଓ ପରିବହନ ଦୀର୍ଘ ୧୦ ଦିନ ଧରି ବନ୍ଦ ରହିଥିବାରୁ ବିଦ୍ୟୁତ ଉତ୍ପାଦନରେ ଘୋର ବ୍ୟାଘାତ ଘଟିଛି। କୋଇଲା ସଙ୍କଟ ଯୋଗୁ ବର୍ତ୍ତମାନ ଏନ୍‌ଟିପିସିର ୬ଟି ୟୁନିଟ୍‌ରୁ ୪ଟି ବନ୍ଦ ହୋଇଗଲାଣି। ଶୀଘ୍ର ସମସ୍ୟା ସମାଧାନ ନହେଲେ ସ୍ଥିତି ସଙ୍ଗିନ ହେବ ବୋଲି ଆଶଙ୍କା […]

ntpc

Manoranjan Sial
  • Published: Saturday, 03 August 2019
  • , Updated: 03 August 2019, 10:02 PM IST

ଅନୁଗୋଳ(ବିରଜା ଦାଶ): ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ(ଏମ୍‌ସିଏଲ୍‌)ର ଭରତପୁର କୋଇଲାଖଣି ଦୁର୍ଘଟଣାର ସିଧାସଳଖ ପ୍ରଭାବ କଣିହାଁ ନ୍ୟାସନାଲ୍‌ ଥର୍ମାଲ ପାୱାର କର୍ପୋରେଶନ୍‌ (ଏନ୍‌ଟିପିସି) ଉପରେ ପଡ଼ିଛି। ଖଣି ଖନନ, କୋଇଲା ଉତ୍ତୋଳନ ଓ ପରିବହନ ଦୀର୍ଘ ୧୦ ଦିନ ଧରି ବନ୍ଦ ରହିଥିବାରୁ ବିଦ୍ୟୁତ ଉତ୍ପାଦନରେ ଘୋର ବ୍ୟାଘାତ ଘଟିଛି। କୋଇଲା ସଙ୍କଟ ଯୋଗୁ ବର୍ତ୍ତମାନ ଏନ୍‌ଟିପିସିର ୬ଟି ୟୁନିଟ୍‌ରୁ ୪ଟି ବନ୍ଦ ହୋଇଗଲାଣି। ଶୀଘ୍ର ସମସ୍ୟା ସମାଧାନ ନହେଲେ ସ୍ଥିତି ସଙ୍ଗିନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏମ୍‌ସିଏଲ୍‌ର ଲିଙ୍ଗରାଜ ଓ କଣିହାଁ ଖଣିରୁ ଦୈନିକ ୫୫ ହଜାର ମେଟ୍ରିକ ଟନ କୋଇଲା ଆମଦାନୀ ହେଉଥିଲା। ଗତକିଛି ଦିନ ତଳେ ଭରତପୁର କୋଇଲା ଖଣିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ପ୍ରଥମେ ବିଜେପି ଓ ପରେ ମୃତକଙ୍କ ପରିବାର ଲୋକଙ୍କ ଆନ୍ଦୋଳନ କରୁଛନ୍ତି। ଯେଉଁଥିପାଇଁ ୧୦ ଦିନ ହେଲା ଏହି ଖଣି ଗୁଡ଼ିକ ବନ୍ଦ ପଡ଼ିଥିବାରୁ ପାଓ୍ୱାର୍ ପ୍ଲାଣ୍ଟକୁ କୋଇଲା ଯୋଗାଣ କ୍ଷେତ୍ରରେ ସଂକଟ ଦେଖାଦେଇଛି। ଫଳରେ ଏନ୍‌ଟିପିସିର ୬ଟି ୟୁନିଟ୍‌ରୁ ୪ଟି ବନ୍ଦ ହୋଇଯାଇଛି ଏବଂ ଦୈନିକ ବିଦ୍ୟୁତ ଉତ୍ପାଦନ ହେଉଥିବା ୩୦୦୦ ମେଗାଓ୍ୱାଟ୍‌ରୁ ୧୦୦୦ ମେଗାଓ୍ୱାଟ୍‌କୁ ହ୍ରାସ ପାଇଛି। ଯେଉଁଥିପାଇଁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଭଳି ୧୭ଟି ରାଜ୍ୟକୁ ବିଦ୍ୟୁତ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବାହାରୁ କୋଇଲା ଆଣି ଏନ୍‌ଟିପିସି କାମ ଚଳାଉଛି। ତେବେ ଏମ୍‌ସିଏଲ୍‌ର ଏହି ସମସ୍ୟା ଶୀଘ୍ର ସମାଧାନ ନହେଲେ ଚାଲୁଥିବା ୨ଟି ୟୁନିଟ୍ ମଧ୍ୟ ବନ୍ଦ ହୋଇଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି।

ଏପଟେ ମୃତକଙ୍କ ପିଛା ୩ କୋଟି ଟଙ୍କାର ଅନୁକମ୍ପା ରାଶି ଓ ପରିବାରରୁ ଜଣଙ୍କୁ ସ୍ଥାୟୀ ଚାକିରି ଜିଦ୍‌ରେ ଅଡ଼ି ବସିଛନ୍ତି ଭରତପୁର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ମୃତକଙ୍କ ପରିବାର ଓ ଗାଁ ଲୋକେ। ଭରତପୁର ସହ ନନ୍ଦିରା, ବଳରାମ, ଲିଙ୍ଗରାଜ, ଅନନ୍ତ, ଡେରା, ଜଗନ୍ନାଥ, କଣିହା, ଭୁବନେଶ୍ୱରୀ ଓ ହିଙ୍ଗୁଳା ଆଦି ସମସ୍ତ ୧୦ଟି ଖଣି ଓ ଜିଏମ୍ ଅଫିସ୍‌ ଆଗରେ ସେମାନେ ଧାରଣାରେ ବସିଛନ୍ତି। ଏହି ବିବାଦର ସମାଧାନ ପାଇଁ ଆଜି ତାଳଚେର ଉପଜିଲ୍ଲାପାଳ, ମୃତକଙ୍କ ପରିବାର, ବିଧାୟକଙ୍କ ପ୍ରତିନିଧି, ଏମ୍‌ସିଏଲ୍‌ର ସମସ୍ତ ଜିଏମ୍ ଓ ଏମ୍‌ଡିପିଓଙ୍କୁ ନେଇ ଏକ ବୈଠକ ବସିଥିଲା। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ବାହାରିପାନଥିଲା। ସେପଟେ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଥିବାରୁ ଦୁର୍ଦ୍ଦିନରେ ଅଛନ୍ତି ଟ୍ରକ୍ ମାଲିକ, ଡ୍ରାଇଭର୍, ହେଲ୍‌ପର ଓ ଅନ୍ୟ କର୍ମଚାରୀ।

Related story