ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ଆନ୍ଦୋଳନ,ସାଧାରଣ ଲୋକଙ୍କ ସମର୍ଥନ

Ordigital Desk
  • Published: Saturday, 26 May 2018
  • , Updated: 26 May 2018, 01:09 PM IST
<p>ରାଉରକେଲା(ସତ୍ୟାନନ୍ଦ ମହାନ୍ତି) ଆଜିଠାରୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେରେ ଥିବା ୩ଟି ଟୋଲ୍ ପ୍ଲାଜାରେ ଆନ୍ଦୋଳନ ହେଉଛି।&nbsp; ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ପକ୍ଷରୁ ସୁନ୍ଦରଗଡ଼ର ମସନିକାନି, ସମ୍ବଲପୁରର ରେଙ୍ଗାଲି ଓ ରାଜଗାଙ୍ଗପୁରର ଲାଇଙ୍ଗରେ ଥିବା ତିନିଟି ଯାକ ଟୋଲ୍ ପ୍ଲାଜାରେ ଚାଲିଛି ଆନ୍ଦୋଳନ। ଏହି ଆନ୍ଦୋଳନକୁ ବିଭିନ୍ନ ଓକିଲ ସଂଘ ଓ ସାଧାରଣ ଲୋକେ ମଧ୍ୟ ସମର୍ଥନ କରୁଛନ୍ତି।</p> <p>ଟୋଲ୍ ଟ୍ୟାକ୍ସ ଛାଡ୍ ଦାବିରେ ହେଉଛି ଏହି ଆନ୍ଦୋଳନ। ଟୋଲ୍ ପ୍ଲାଜାରେ ସ୍ଥାନୀୟ ଅଞ୍ଚଳର ଚାରି ଚକିଆ ଯାନଗୁଡ଼ିକରୁ ଟୋଲ୍ ଟ୍ୟାସ୍ ଆଦାୟ ବନ୍ଦ କରିବାକୁ ଦାବି କରାଯାଇଥିଲା। ଏହାକୁ ନେଇ ଗତ ୧୬ ତାରିଖରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା ଓ ବଣାଇ ଓକିଲ ସଂଘର ହୋଇଥିଲା ଏକ ମିଳିତ ବୈଠକ।&nbsp; ବୈଠକର ନିଷ୍ପତ୍ତି ଅନୁସାରେ ଟୋଲ୍ ଛାଡ୍ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦିଆଯାଇଥିଲା ଦାବିପତ୍ର।&nbsp; ଟୋଲ୍ ଛାଡ୍ ପାଇଁ ଗତକାଲି ଯାଏଁ ଦେଇଥିଲେ ଡେଡ୍ ଲାଇନ୍। ଦାବି ପୂରଣ ହୋଇ ନ ଥିବାରୁ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍ ୱେର ତିନିଟି ଯାକ ଟୋଲ୍ ପ୍ଲାଜାରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।</p>

Related story