କିଶନନଗର ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍

କଟକ(ଓଡ଼ିଶା ରିପୋର୍ଟର): ଜମିବାଡ଼ି ବିବାଦ ନେଇ ଥାନାକୁ ଦୌଡ଼ି ନିରାଶ ହେବା ପରେ ଗତକାଲି କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଦେଇଥିବା ଗୁଣନିଧି ବିଶୋୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ଠୁ ନ୍ୟାୟ ନ ପାଇ ଗୁଣନିଧି ଏପରି ଚରମ ପଦକ୍ଷେପ ଉଠାଇଥିବା ବେଳେ ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳକିଶୋର। ଏଥିସହ କିଶନନଗର ଆଇଆଇସି ସସ୍ମିତା ରଣାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ […]

police

Niharika Rout
  • Published: Friday, 24 June 2022
  • , Updated: 24 June 2022, 04:15 PM IST

କଟକ(ଓଡ଼ିଶା ରିପୋର୍ଟର): ଜମିବାଡ଼ି ବିବାଦ ନେଇ ଥାନାକୁ ଦୌଡ଼ି ନିରାଶ ହେବା ପରେ ଗତକାଲି କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଦେଇଥିବା ଗୁଣନିଧି ବିଶୋୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ଠୁ ନ୍ୟାୟ ନ ପାଇ ଗୁଣନିଧି ଏପରି ଚରମ ପଦକ୍ଷେପ ଉଠାଇଥିବା ବେଳେ ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳକିଶୋର। ଏଥିସହ କିଶନନଗର ଆଇଆଇସି ସସ୍ମିତା ରଣାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଡିଜିପିଙ୍କୁ ସୁପାରିସ୍ କରିଥିବା କହିଛନ୍ତି ।

ଥାନାକୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକଙ୍କୁ ତ୍ୱରିତ୍ୱ ନ୍ୟାୟ ପ୍ରଦାନ ପାଇଁ ପୁଲିସ୍‌ ବିଭାଗକୁ 5T ସେବା ଅନ୍ତର୍ଭୁକ୍ତ କରାଯାଇଛି। ଏହାସତ୍ତ୍ୱେ ଗୁଣନିଧି ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହୋଇ ଏପରି ଚରମ ପଦକ୍ଷେପ ଉଠାଇଥିବାରୁ କିଶନନଗର ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଏହି ଘଟଣା ପରେ କିଶନନଗର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗତକାଲି ସେଠାରେ ତୁରନ୍ତ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଏଥିସହ କଟକ ଡିଏସ୍‌ପି, ସାଲେପୁର ଏସଡିପିଓ, ସାଲେପୁର, ନେମାଳ, ନିଶ୍ଚନ୍ତକୋଇଲି ଥାନା ଅଧିକାରୀ, ସ୍ପେଶାଲ ବ୍ରାଞ୍ଚ ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣା ପରେ ଗୁଣନିଧିଙ୍କ ପୁତୁରା ସାଗର ବିଶୋୟୀଙ୍କୁ ପୁଲିସ୍‌ ଗିରଫ କରି ନେଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଗୁଣନିଧିଙ୍କର ନିଜ ପୁତୁରା ସାଗର ବିଶୋୟୀଙ୍କ ସହ ଜମିବାଡ଼ି ବିବାଦକୁ ନେଇ ଥାନାରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେଉଥିଲେ ଗୁଣନିଧି। ଗତକାଲି ମଧ୍ୟ ସେ ଥାନାକୁ ଯାଇଥିବା ବେଳେ ଥାନା କର୍ମଚାରୀଙ୍କ ନିକଟରୁ କୌଣସି ସହଯୋଗ ପାଇ ନ ଥିଲେ। ଏହାପରେ ବାହାରକୁ  ଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Related story