ଗୁରୁ ଦିବସରେ ଗୁରୁଙ୍କ ବିରୋଧରେ ଆସିଲା ଏମିତି ଅଭିଯୋଗ

ବାରିପଦା(ଓଡ଼ିଶା ରିପୋର୍ଟର):ଟିଉସନ ଆସ ନଚେତ୍ ପରୀକ୍ଷା ରେ ଫେଲ୍ କରିଦେବି । ଆଜି ଗୁରୁଦିବସ ଅବସରରେ ଜଣେ ଅଧ୍ୟାପକଙ୍କ ନାମରେ ଆସିଛି ଏମିତି ସଙ୍ଗୀନ୍‌ ଅଭିଯୋଗ । ବାରିପଦାସ୍ଥିତ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଏମିତି ଅଭିଯୋଗ ଆଣିଛନ୍ତି। କଲେଜ ର ଯୁକ୍ତ ୩ ଶ୍ରେଣୀର ଛାତ୍ରୀମାନେ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗରେ ନୂତନ କରି ଯୋଗ ଦେଇଥିବା ଜଣେ ଅତିଥି ଅଧ୍ୟାପକଙ୍କ ନାମ ରେ ଏହିଭଳି ଅଭିଯୋଗ କରିଛନ୍ତି । ଏନେଇ ଆଜି ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ […]

b-908

Tapas Behera
  • Published: Thursday, 05 September 2019
  • , Updated: 05 September 2019, 04:49 PM IST

ବାରିପଦା(ଓଡ଼ିଶା ରିପୋର୍ଟର):ଟିଉସନ ଆସ ନଚେତ୍ ପରୀକ୍ଷା ରେ ଫେଲ୍ କରିଦେବି । ଆଜି ଗୁରୁଦିବସ ଅବସରରେ ଜଣେ ଅଧ୍ୟାପକଙ୍କ ନାମରେ ଆସିଛି ଏମିତି ସଙ୍ଗୀନ୍‌ ଅଭିଯୋଗ । ବାରିପଦାସ୍ଥିତ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଏମିତି ଅଭିଯୋଗ ଆଣିଛନ୍ତି। କଲେଜ ର ଯୁକ୍ତ ୩ ଶ୍ରେଣୀର ଛାତ୍ରୀମାନେ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗରେ ନୂତନ କରି ଯୋଗ ଦେଇଥିବା ଜଣେ ଅତିଥି ଅଧ୍ୟାପକଙ୍କ ନାମ ରେ ଏହିଭଳି ଅଭିଯୋଗ କରିଛନ୍ତି ।

ଏନେଇ ଆଜି ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କଲେଜ ପରିସରରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା । ଛାତ୍ରୀଙ୍କ ଅବିଭାବକମାନେ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଅଧ୍ୟାପକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଅଧ୍ୟକ୍ଷ ଏନେଇ କହିଛନ୍ତି କଲେଜରେ କମିଟି ଗଠନ କରି ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

ଗତ ଅଗଷ୍ଟରେ ଯୋଗ ଦେଇଥିବା କମ୍ପ୍ୟୁଟର ଅଧ୍ୟାପକ ପୂର୍ବରୁ ମଧ୍ୟ ଅନ୍ୟ ଏକ କଲେଜରେ ବିବାଦରେ ଛନ୍ଦି ହୋଇଥିଲେ।

Related story