ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଗାଡ଼ିକୁ ଛାତ୍ର କଂଗ୍ରେସର କାଳିମାଡ଼

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଗାଡ଼ି ଉପରକୁ କାଳିମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ। ସାଂସଦ ଶ୍ରୀ ମିଶ୍ର ଆଜି ପୁରୀ ଗସ୍ତରେ ଥିବା ବେଳେ ଭିଆଇପି ରୋଡ୍‌ ଝାଡ଼େଶ୍ୱରୀ ଛକରେ ଛାତ୍ର କଂଗ୍ରେସର କର୍ମୀ ମାନେ ରାସ୍ତା ଉପରକୁ ଆସି ତାଙ୍କ ଗାଡ଼ି ସାମ୍ନାରେ ନାରାବାଜି କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ। ତା’ସହିତ ସାଂସଦଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିଲେ। ଏହି ଘଟଣାରେ ପୁଲିସ୍ ୮ […]

Police

Jitendra Garnayak
  • Published: Saturday, 28 May 2022
  • , Updated: 28 May 2022, 08:20 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଗାଡ଼ି ଉପରକୁ କାଳିମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ। ସାଂସଦ ଶ୍ରୀ ମିଶ୍ର ଆଜି ପୁରୀ ଗସ୍ତରେ ଥିବା ବେଳେ ଭିଆଇପି ରୋଡ୍‌ ଝାଡ଼େଶ୍ୱରୀ ଛକରେ ଛାତ୍ର କଂଗ୍ରେସର କର୍ମୀ ମାନେ ରାସ୍ତା ଉପରକୁ ଆସି ତାଙ୍କ ଗାଡ଼ି ସାମ୍ନାରେ ନାରାବାଜି କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ। ତା’ସହିତ ସାଂସଦଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିଲେ। ଏହି ଘଟଣାରେ ପୁଲିସ୍ ୮ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି, ପୁରୀକୁ ସାଂସଦ ପିନାକୀ ମିଶ୍ର କେବଳ ପିକ୍‌ନିକ୍ କରିବାକୁ ଆସଛନ୍ତି। ପୁରୀରେ ଅନେକ ସ୍କୁଲ ଓ କଲେଜରେ ଶିକ୍ଷକ ଓ ଅଧ୍ୟାପକ ନାହାନ୍ତି। ମେଡିକାଲରେ ଡାକ୍ତର ନାହାନ୍ତି। ବସ୍ତିବାସିନ୍ଦା ଆଜିବି ତାଙ୍କର ପରିଚୟ ପାଇପାରୁ ନାହାନ୍ତି। ସରକାର ଜାଗା ମିଶନ କରିଛନ୍ତି। କିନ୍ତୁ ପୁରୀର ୭୦ପ୍ରତିଶତ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଯାଉନି। ଅନେକ ଯୋଜନାରୁ ପୁରୀ ଲୋକେ ବଞ୍ଚିତ ହୋଇଛନ୍ତି। କିନ୍ତୁ ସାଂସଦଙ୍କର ଏଥିପ୍ରତି ଆଦୌ ନିଘା ନାହିଁ।

ଅନ୍ୟପକ୍ଷରେ ଆଜି ପୁରୀ ଗସ୍ତ ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଥିଲେ ସାଂସଦ ଶ୍ରୀ ମିଶ୍ର। ସେ କହିଥିଲେ, ମହାପ୍ରଭୁଙ୍କ ଇଚ୍ଛାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେଉଛି। କାମ ଆଇନ ଅନୁସାରେ ହେଉଛି କି ବେଆଇନ, ତାହା କୋର୍ଟ କହିବେ। ବିରୋଧୀଙ୍କ କାମ ଅଭିଯୋଗ କରିବା, ସେମାନେ କରିବେ। କାମ କେମିତି ଶୀଘ୍ର ସରିବ, ତାହା ମହାପ୍ରଭୁ ଓ ପୁରୀବାସୀଙ୍କ ଇଚ୍ଛା। କୌଣସି ସ୍ୱାର୍ଥପର ଏଜେନ୍ସୀ କାମ ଅଟକାଇ ପାରିବ ନାହିଁ।

Related story