ବାସି ଖାଦ୍ୟ ନେଇଗଲା ଜୀବନ

ଉମରକୋଟ(ଓଡ଼ିଶା ରିପୋର୍ଟର): ବାସି ଖାଦ୍ୟ ଖାଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ପ୍ରାଥମିକ ସ୍କୁଲରେ ଜଣେ ପିଲାର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ଡାବୁଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପିଲା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି  ମାଳିଗୁଡ଼ା ପ୍ରାଥମିକ ସ୍କୁଲରେ ଚକ୍ଷୁ ଶିବିର ହୋଇଥିଲା। ଏହି ଅବସରରେ ହୋଇଥିବା ଭୋଜିରୁ ବଳିଥିବା ଖାଦ୍ୟ ଆଜି ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା। ପିଲାମାନେ ଖାଦ୍ୟ ଖାଇବା […]

poijan food take one life

Rakesh Mallick
  • Published: Saturday, 20 January 2018
  • , Updated: 20 January 2018, 04:18 PM IST

ଉମରକୋଟ(ଓଡ଼ିଶା ରିପୋର୍ଟର): ବାସି ଖାଦ୍ୟ ଖାଇ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ପ୍ରାଥମିକ ସ୍କୁଲରେ ଜଣେ ପିଲାର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ଡାବୁଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପିଲା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତକାଲି  ମାଳିଗୁଡ଼ା ପ୍ରାଥମିକ ସ୍କୁଲରେ ଚକ୍ଷୁ ଶିବିର ହୋଇଥିଲା। ଏହି ଅବସରରେ ହୋଇଥିବା ଭୋଜିରୁ ବଳିଥିବା ଖାଦ୍ୟ ଆଜି ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା। ପିଲାମାନେ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଡାବୁଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ପିଲା ମୃତ୍ୟୁ ହୋଇଥିବା ବେଳେ ୧୩ ଜଣଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

Related story