ପିକ୍‌ନିକ୍‌ କରିବାକୁ ଯାଇ ସମୁଦ୍ରରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ପିକ୍‌ନିକ୍‌ କରିବାକୁ ଯାଇ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର। ଅନ୍ୟ ଦୁଇ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଆଜି ଏପରି ହୃଦୟ ବିଦାରକ ଘଟଣା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଘଟିଛି। ପୂରା ଘଟଣା ଏମିତି। ଓଡ଼ିଶାର ଗଜପତି ଜିଲ୍ଲାର ସେଞ୍ଚୁରୀଆନ୍‌ ବିଶ୍ୱବିଦ୍ୟାଳୟର ୬୦ ଜଣ ଛାତ୍ରଛାତ୍ରୀ ବସ୍‌ରେ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଭାବନପାଡୁ ବିଚକୁ ପିକନିକ ପାଇଁ ଯାଇଥିଲେ। ପିକ୍‌ନିକ ସ୍ପଟ୍‌ରେ ରନ୍ଧାରନ୍ଧି ଚାଲିଥିବା ବେଳେ ପ୍ରାୟ ୪୦ […]

Visakhapatnam

Manoranjan Sial
  • Published: Sunday, 21 November 2021
  • , Updated: 21 November 2021, 05:42 PM IST

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ): ପିକ୍‌ନିକ୍‌ କରିବାକୁ ଯାଇ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର। ଅନ୍ୟ ଦୁଇ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଆଜି ଏପରି ହୃଦୟ ବିଦାରକ ଘଟଣା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଘଟିଛି।

ପୂରା ଘଟଣା ଏମିତି। ଓଡ଼ିଶାର ଗଜପତି ଜିଲ୍ଲାର ସେଞ୍ଚୁରୀଆନ୍‌ ବିଶ୍ୱବିଦ୍ୟାଳୟର ୬୦ ଜଣ ଛାତ୍ରଛାତ୍ରୀ ବସ୍‌ରେ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଭାବନପାଡୁ ବିଚକୁ ପିକନିକ ପାଇଁ ଯାଇଥିଲେ। ପିକ୍‌ନିକ ସ୍ପଟ୍‌ରେ ରନ୍ଧାରନ୍ଧି ଚାଲିଥିବା ବେଳେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ସମୁଦ୍ରରେ ଗାଧଉ ଥିଲେ।

ଅସାବଧାନତା ଯୋଗୁ ଲହଡ଼ିରେ ୫ ଜଣ ଛାତ୍ରଛାତ୍ରୀ ଭାସି ଯାଇଥିଲେ। ଚିତ୍କାର ଶୁଣି ନିକଟରେ ଉପସ୍ଥିତ ଥିବା ମତ୍ସ୍ୟଜୀବୀମାନେ ସେମାନଙ୍କ ଭିତରୁ ୪ ଜଣକୁ ଉଦ୍ଧାର କରିଥିଲେ। ତେବେ ଜଣେ ବିଦ୍ୟାର୍ଥୀ ଭାସି ଯାଇଥିଲେ। କିଛି ସମୟ ପରେ ସମୁଦ୍ର ଭିତରୁ ଶେଖର କୁମାର ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲେ ମତ୍ସ୍ୟଜୀବୀ।

ସେପଟେ ଉଦ୍ଧାର କରିଥିବା ଦୁଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବାରୁ ଅନ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

Related story