କଲେଜ ଛାତ୍ରୀଙ୍କୁ ରାସ୍ତାରୁ ଉଠାଇ ନେଲା ପ୍ରେମିକ!

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): କଲେଜ ଗେଟ୍‌ଠାରୁ ଅନତି ଦୂରରେ ଘଟିଲା ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଜଣାପଡ଼ିଲା ପୂରା ଘଟଣା। ଏହା ଅପହରଣ ନଥିଲା, ଥିଲା ପ୍ରେମ। ରାସ୍ତାରୁ ପ୍ରେମିକାକୁ ତା’ ପ୍ରେମିକ ନେଇ ଯାଇଥିଲା। ଏବେ ପୁଲିସ୍‌ ପ୍ରେମୀ ଯୁଗଳଙ୍କୁ ଖୋଜୁଛି। ଆଜି ଏମିତି ହାଇଡ୍ରାମା ନୟାଗଡ଼ ଜିଲ୍ଲା ଗଣିଆ କଲେଜ ଗେଟ୍‌ଠାରୁ ଅନତି ଦୂରରେ ଘଟିଛି। ପୂରା ଘଟଣାଟି ଏମିତି। ଗଣିଆ ଥାନା ଅଞ୍ଚଳ ଗାର୍ଗୀ(ଛଦ୍ମନାମ) ଯୁକ୍ତ ତିନିରେ ପାଠ […]

Nayagarh

Manoranjan Sial
  • Published: Wednesday, 01 December 2021
  • , Updated: 01 December 2021, 07:22 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): କଲେଜ ଗେଟ୍‌ଠାରୁ ଅନତି ଦୂରରେ ଘଟିଲା ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଜଣାପଡ଼ିଲା ପୂରା ଘଟଣା। ଏହା ଅପହରଣ ନଥିଲା, ଥିଲା ପ୍ରେମ। ରାସ୍ତାରୁ ପ୍ରେମିକାକୁ ତା’ ପ୍ରେମିକ ନେଇ ଯାଇଥିଲା। ଏବେ ପୁଲିସ୍‌ ପ୍ରେମୀ ଯୁଗଳଙ୍କୁ ଖୋଜୁଛି। ଆଜି ଏମିତି ହାଇଡ୍ରାମା ନୟାଗଡ଼ ଜିଲ୍ଲା ଗଣିଆ କଲେଜ ଗେଟ୍‌ଠାରୁ ଅନତି ଦୂରରେ ଘଟିଛି।

ପୂରା ଘଟଣାଟି ଏମିତି। ଗଣିଆ ଥାନା ଅଞ୍ଚଳ ଗାର୍ଗୀ(ଛଦ୍ମନାମ) ଯୁକ୍ତ ତିନିରେ ପାଠ ପଢ଼ନ୍ତି। ସବୁଦିନ ପରି ଆଜି ସାଇକେଲ୍‌ରେ କଲେଜ ଆସୁଥିଲେ। ସାଙ୍ଗରେ ଅନ୍ୟ ସାଥୀମାନେ ମଧ୍ୟ ଥିଲେ। କଲେଜ ଗେଟ୍‌ଠାରୁ ଅନତି ଦୂରରେ ସେମାନଙ୍କ ଆଗରେ ଏକ କାର୍‌ ଅଟକିଲା। କାର୍‌ରୁ ଦୁଇ ଯୁବକ ବାହାରି ଗାର୍ଗୀ ଓ ତାଙ୍କ ସାଥୀଙ୍କୁ ନେଇ ଯାଇଥିଲେ। ତେବେ ଅନ୍ୟ ଜଣେ ଛାତ୍ରୀ ବର୍ତ୍ତି ଯାଇଥିଲେ। ସେ କିନ୍ତୁ ପୂରା ଘଟଣା ଜାଣିନଥିଲେ। ସେ କଲେଜରେ ପହଞ୍ଚି ଅନ୍ୟ ଛାତ୍ରଛାତ୍ରୀଙ୍କୁ ଅପହରଣ ନେଇ କହିଥିଲେ।

ଦୁଇ ଜଣ ଛାତ୍ରୀ ଅପହରଣ ହୋଇଥିବା ନେଇ ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପିଲାମାନେ କ୍ଲାସ୍‌ ଛାଡ଼ି କଲେଜ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଅପହରଣ କରିଥିବା ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଥିଲେ। ଶେଷରେ ଖବର ଯାଇ ପହଞ୍ଚିଲା ଥାନାରେ। ପୁଲିସ କଲେଜରେ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ମାତ୍ର ଛାତ୍ରଛାତ୍ରୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଅପହରଣକାରୀ ଯୁବକକୁ ଗିରଫ କର। ପରେ ଗଣିଆ ତହସିଲଦାର କଲେଜରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିବା ଜଣାପଡ଼ିଛି।

ଏହା ପରେ ପୁଲିସ୍‌ ଅପହରଣ ହୋଇଥିବା ଛାତ୍ରୀଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା। ପଚରାଉଚରା ପରେ ପୂରା ଘଟଣା ଜଣାପଡ଼ିଥିଲା। ପୁଲିସ୍‌ର କହିବା ଅନୁସାରେ ଗାର୍ଗୀ ଦୀର୍ଘ ଦିନରୁ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ତାଙ୍କୁ ତାଙ୍କ ପ୍ରେମିକ କାର୍‌ରେ ନେଇ ଯାଇଥିଲେ। ତାହା ସହିତ ଗାର୍ଗୀଙ୍କ ସାଙ୍ଗକୁ ମଧ୍ୟ ନେଇଯାଇଥିଲେ। ଅଧା ରାସ୍ତାରେ ତାକୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ପୁଲିସ୍‌ ରାସ୍ତା ସିଲ୍‌ କରି ଖୋଜାଖୋଜି ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଅପହରଣକାରୀ ପ୍ରେମିକର ପତ୍ତା ପାଇନାହିଁ। ଖୁବ୍‌ଶୀଘ୍ର ପତ୍ତା ମିଳିଯିବ ବୋଲି ପୁଲିସ୍‌ କହିଛି।

Related story