‘ବାରିପଦା ଆସିଲେ ଅରୁଣ ସାହୁଙ୍କୁ ବିରୋଧ କରାଯିବ’

Ordigital Desk
  • Published: Friday, 16 November 2018
  • , Updated: 16 November 2018, 09:47 PM IST
<p>ବାରିପଦା (ମାଣିକ ଲାଲ ପାଣି): &ldquo;ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଧାୟକ ଅରୁଣ ସାହୁ ଆସିଲେ ବିରୋଧ କରାଯିବ।&rdquo; ଆଜି ଏପରି ଚେତାବନୀ ଦେଇଛନ୍ତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତୁଷାର ନାୟକ। ଦାବି ପୂରଣ ହୋଇନଥିବାରୁ ଏପରି ଚରମ ନିଷ୍ପତ୍ତି ନିଆଯାଇଛି। ଅରୁଣ ସାହୁ ଜିଲ୍ଲା ଭିତରେ ଯେଉଁଠି ବି ଆସିବେ, ସେଠାରେ ତାଙ୍କୁ ବିରୋଧ କରାଯିବ ବୋଲି ଶ୍ରୀ ନାୟକ ଧମକ ଦେଇଛନ୍ତି।</p> <p>ଗତ ମେ&rsquo; ୨୯ ତାରିଖରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସମସ୍ତ ସ୍ୱୟଂ ବିତ୍ତୀୟ ବିଭାଗ ଗୁଡ଼ିକ ନିୟମିତ କରିବା ସମ୍ପର୍କରେ ଆଲୋଚନା ପାଇଁ ସେତେବେଳର ଛାତ୍ର ସଂସଦ ସଭାପତି ତୁଷାର ନାୟକ ସର୍କିଟ୍&zwnj; ହାଉସ୍&zwnj; ଯାଇଥିଲେ। ତୁଷାର ନିଜର ଆପତ୍ତି କହିବା ବେଳେ ଅରୁଣ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେଇଥିଲେ। ଏପରିକି ତାଙ୍କୁ ରୁମ୍&zwnj;ରୁ ବାହାରିଯିବାକୁ କହିଥିଲେ। ଏଥିରେ ବ୍ୟଥିତ ହୋଇ ତୁଷାର ସେଠାରୁ ପଳାଇ ଆସିଥିଲେ। କିଛି ସମୟ ପରେ ଅରୁଣ ପୁନର୍ବାର ତୁଷାରଙ୍କୁ ଡକାଇ ଉଠ୍&zwnj;ବସ୍&zwnj; ହେବାକୁ କହିଥିଲେ। ବାଧ୍ୟ ହୋଇ ତୁଷାର ସମସ୍ତଙ୍କ ସମ୍ମୁଖରେ ୭୦ରୁ ଅଧିକ ଥର ଉଠ୍&zwnj;ବସ ହୋଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ନେତା ଓ କର୍ମୀ ପ୍ରତିବାଦ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିଲେ।</p> <p>ଏନେଇ ଶ୍ରୀ ନାୟକ ଫେସ୍&zwnj;ବୁକ୍&zwnj;ରେ କରିଥିବା ପୋଷ୍ଟ ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ମୟୂରଭଞ୍ଜ ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ବିଜେଡି ନେତାଙ୍କଠାରୁ ଡାକରା ପାଇ ତୁଷାର ଓ ଛାତ୍ର ନେତାମାନେ ଭୁବନେଶ୍ୱର ଆସିଥିଲେ। ସେଠାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅରୁଣଙ୍କୁ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ହଟାଯିବ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସମସ୍ତ ଦାବି ପୂରଣ କରାଯିବ।</p> <p>ମାତ୍ର ଆଜି ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୌଣସି ଦାବି ପୂରଣ ହୋଇନାହିଁ। ଏପରିକି ଅରୁଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ହଟା ଯାଇନାହିଁ। ଯେଉଁଥିପାଇଁ ଆମେ ଅରୁଣଙ୍କୁ ବିରୋଧ କରିବୁ ବୋଲି ତୁଷାର ଚେତାବନୀ ଦେଇଛନ୍ତି।</p>

Related story