ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିଲେ, ପିଟିଦେଲା ଟ୍ରକ୍‌

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ବାଇକ୍‌ରେ ଯାଉଥିବା ଜଣେ ଛାତ୍ରଙ୍କୁ ଟ୍ରକ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଟି ୫୩ ନମ୍ବର ଜାତୀୟ ରାଜପଥର ବାରିହ।ପୁର ନିକଟରେ ଘଟିଛି। ଆହତ ଛାତ୍ର ଜଣଙ୍କ ହେଲେ ବୁଲୁ ନାୟକ। କମର୍ଦା ଗାଁର ଗଣେଶ୍ୱର ନାୟକଙ୍କ ପୁଅ ବୁଲୁ ମୁକ୍ତାପସି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି ସେ ମ୍ୟାଟ୍ରିକ୍‌ ପରୀକ୍ଷା ଦେବା ପାଇଁ କଙ୍କଡ଼ାଷୋଡ଼ ଉଚ୍ଚ ବିଦ୍ୟାଳୟକୁ […]

accident

accident

Jyoshna Pradhan
  • Published: Friday, 22 February 2019
  • Updated: 22 February 2019, 12:22 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ବାଇକ୍‌ରେ ଯାଉଥିବା ଜଣେ ଛାତ୍ରଙ୍କୁ ଟ୍ରକ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାଟି ୫୩ ନମ୍ବର ଜାତୀୟ ରାଜପଥର ବାରିହ।ପୁର ନିକଟରେ ଘଟିଛି। ଆହତ ଛାତ୍ର ଜଣଙ୍କ ହେଲେ ବୁଲୁ ନାୟକ।

କମର୍ଦା ଗାଁର ଗଣେଶ୍ୱର ନାୟକଙ୍କ ପୁଅ ବୁଲୁ ମୁକ୍ତାପସି ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି ସେ ମ୍ୟାଟ୍ରିକ୍‌ ପରୀକ୍ଷା ଦେବା ପାଇଁ କଙ୍କଡ଼ାଷୋଡ଼ ଉଚ୍ଚ ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ ତାଙ୍କ ବାଇକ୍‌ ସହ ଏକ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ବୁଲୁଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ବାଇକ ଚଳାଉଥିବା ଶାନ୍ତନୁ ନାୟକଙ୍କର ମଧ୍ୟ ଗୋଡ଼ ଭାଙ୍ଗି ଯାଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos