ଭିନ୍ନକ୍ଷମ ହୋଇଥିବାରୁ ଫେରେଇ ଦେଲା ସ୍କୁଲ, ମିଳିଲାନି ଆଡମିଶନ୍‌

କୋଣାର୍କ (ସଞ୍ଜୟ ପତି) :ପାଠ ପଢ଼ିବାକୁ ମନରେ ଅଛି ପ୍ରଗାଢ ଆଗ୍ରହ। ହେଲେ ଦିବ୍ୟାଙ୍ଗ ହୋଇଥିବାରୁ ସେ ସେଥିରୁ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡିହା ଗାଁରୁ। ଅତ୍ୟନ୍ତ ଗରିବ ଶ୍ରେଣୀର ସମୀର ବେହେରାଙ୍କ ପୁଅ ସତ୍ୟବ୍ରତ। ପଢ଼ିବାକୁ ତାଙ୍କର ଖୁବ ଆଗ୍ରହ। ଶ୍ରେଣୀରେ ସବୁବେଳେ ପ୍ରଥମ। ସାରଙ୍କ ଠାରୁ ଆରମ୍ଭ କରି ଗାଁ ଲୋକଙ୍କର ସେ ଅତି ପ୍ରିୟ। ତଥାପି ଶାରୀରିକ ଅକ୍ଷମତା ଯେମିତି ସତ୍ୟବ୍ରତଙ୍କ ଭବିଷ୍ୟତକୁ ଅନ୍ଧାର […]

handivcapped-1

Tapas Behera
  • Published: Sunday, 28 July 2019
  • , Updated: 28 July 2019, 07:55 PM IST

କୋଣାର୍କ (ସଞ୍ଜୟ ପତି) :ପାଠ ପଢ଼ିବାକୁ ମନରେ ଅଛି ପ୍ରଗାଢ ଆଗ୍ରହ। ହେଲେ ଦିବ୍ୟାଙ୍ଗ ହୋଇଥିବାରୁ ସେ ସେଥିରୁ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡିହା ଗାଁରୁ।

ଅତ୍ୟନ୍ତ ଗରିବ ଶ୍ରେଣୀର ସମୀର ବେହେରାଙ୍କ ପୁଅ ସତ୍ୟବ୍ରତ। ପଢ଼ିବାକୁ ତାଙ୍କର ଖୁବ ଆଗ୍ରହ। ଶ୍ରେଣୀରେ ସବୁବେଳେ ପ୍ରଥମ। ସାରଙ୍କ ଠାରୁ ଆରମ୍ଭ କରି ଗାଁ ଲୋକଙ୍କର ସେ ଅତି ପ୍ରିୟ। ତଥାପି ଶାରୀରିକ ଅକ୍ଷମତା ଯେମିତି ସତ୍ୟବ୍ରତଙ୍କ ଭବିଷ୍ୟତକୁ ଅନ୍ଧାର କରି ଦେଇଛି।

ସତ୍ୟବ୍ରତ କୋଣାର୍କ ସ୍ଥିତ ନବୋଦୟ ବିଦ୍ୟାଳୟରେ  ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ହୋଇଥିବା ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ  ହୋଇଥିଲେ। ଜୁନ ୬ ତାରିଖକୁ  ନାମ ଲେଖା ଲାଗି ସତ୍ୟବ୍ରତଙ୍କୁ ଡକାଯାଇଥିଲା। ହେଲେ ସତ୍ୟବ୍ରତଙ୍କ 'ଶାରୀରିକ ଅକ୍ଷମତା' ଯୋଗୁ ବିଦ୍ୟାଳୟ କର୍ତ୍ତୃପକ୍ଷ ନାମ ଲେଖାଇବାକୁ ସିଧାସଳଖ ମନା କରିଦେଇଥିବା ଅଭିଯୋଗ ହୋଇଛି।  ଘଟଣାକୁ ନେଇ ସତ୍ୟବ୍ରତଙ୍କ ଶିକ୍ଷକ ଓ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ସତ୍ୟବ୍ରତଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ନବୋଦୟ ବିଦ୍ୟାଳୟର ମୁଖପାତ୍ର ଖଣ୍ଡନ କରିଛନ୍ତି। ସତ୍ୟବ୍ରତଙ୍କ ପରିବାର ତାଙ୍କୁ ଦେଖା କରିନଥିବା ସେ ସଫେଇ ଦେଇଛନ୍ତି। ସେପଟେ ଏ ନେଇ ଅଭିଯୋଗ ହେବା ପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ଏଠି ପ୍ରଶ୍ନ ଉଠୁଛି କିଏ ସତ କହୁଛି , ସତ୍ୟବ୍ରତଙ୍କ ପରିବାର ନା ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷ ? ଏହି ମିଛ ସତ ଖେଳରେ ସତ୍ୟବ୍ରତଙ୍କ ଭଳି ମେଧାବୀ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାରକୁ ନ ଯାଉ, ଏ ନେଇ ଜିଲ୍ଲା ପ୍ରଶାସନ ସତର୍କ ରହିବା ଆବଶ୍ୟକ।

Related story