ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳଙ୍କ ଉପଦେଶ: ନିଯୁକ୍ତି ପଛରେ ନ ଯାଇ ନିଯୁକ୍ତି ସୃଷ୍ଟି କର

ରାଉରକେଲା: ରାଉରକେଲାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଆଜି ସପ୍ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଏସ.ସି. ଜମିରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବରେ ୟୁଜିସି ଅଧ୍ୟକ୍ଷ ପ୍ରଫେସର ବେଦ ପ୍ରକାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିୟୁକ୍ତି ପଛରେ ନ ଯାଇ ନିଯୁକ୍ତି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ। ଉତ୍ସବରେ ରାଜ୍ୟପାଳ ୫୧ ଜଣ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଓ ୮ ଜଣଙ୍କୁ  […]

roulkela

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 10:40 AM IST

ରାଉରକେଲା: ରାଉରକେଲାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଆଜି ସପ୍ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ଏସ.ସି. ଜମିରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବରେ ୟୁଜିସି ଅଧ୍ୟକ୍ଷ ପ୍ରଫେସର ବେଦ ପ୍ରକାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିୟୁକ୍ତି ପଛରେ ନ ଯାଇ ନିଯୁକ୍ତି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ।

ଉତ୍ସବରେ ରାଜ୍ୟପାଳ ୫୧ ଜଣ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଓ ୮ ଜଣଙ୍କୁ  ପିଏଚଡି ପ୍ରଦାନ କରିଥିଲେ। ଏହାଛଡ଼ା ୨୦୧୪, ୨୦୧୫, ୨୦୧୬ ବର୍ଷର ୬୨,୯୬୪ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ରାଉରକେଲାରେ ବିପୁୟୁଟି ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ସ୍ଥାୟୀ କ୍ୟାମ୍ପସରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

 

 

Related story