ଧାରଣାରେ ବସିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ଧାରଣାରେ ବସିଛନ୍ତି।  ଇନ୍ଦିରା ଗାନ୍ଧି ଆଦିବାସୀ ଛାତ୍ରୀ ନିବାସ ଆଗରେ ଅନ୍ତେବାସୀମାନେ ଧାରଣା ଦେଇ ସହକାରୀ ଅଧୀକ୍ଷକଙ୍କ ବଦଳି ଦାବି କରିଛନ୍ତି। ହଷ୍ଟେଲର ସହକାରୀ ଅଧୀକ୍ଷକ ଛାତ୍ରୀମାନଙ୍କୁ ବାହାରକୁ ଛାଡୁନଥିବା ଓ ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେପଟେ ଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତି। ଛାତ୍ରୀମାନେ ଆଣିଥିବା ଅଭିଯୋଗ ମିଛ। ସେମାନଙ୍କ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି ପାଳନ ହେଉଛି ବୋଲି […]

students-are-protest

Manoranjan Sial
  • Published: Sunday, 28 April 2019
  • , Updated: 28 April 2019, 05:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ଧାରଣାରେ ବସିଛନ୍ତି।  ଇନ୍ଦିରା ଗାନ୍ଧି ଆଦିବାସୀ ଛାତ୍ରୀ ନିବାସ ଆଗରେ ଅନ୍ତେବାସୀମାନେ ଧାରଣା ଦେଇ ସହକାରୀ ଅଧୀକ୍ଷକଙ୍କ ବଦଳି ଦାବି କରିଛନ୍ତି। ହଷ୍ଟେଲର ସହକାରୀ ଅଧୀକ୍ଷକ ଛାତ୍ରୀମାନଙ୍କୁ ବାହାରକୁ ଛାଡୁନଥିବା ଓ ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ସେପଟେ ଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତି। ଛାତ୍ରୀମାନେ ଆଣିଥିବା ଅଭିଯୋଗ ମିଛ। ସେମାନଙ୍କ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି ପାଳନ ହେଉଛି ବୋଲି ସେ କହିଛନ୍ତି।

ଜଣେ ଛାତ୍ରୀ କହିଛନ୍ତି-“ହଷ୍ଟେଲର ସହକାରୀ ଅଧୀକ୍ଷକ ଆମ ଘର ଲୋକଙ୍କ ସହିତ କଥାବାର୍ତ୍ତା କରାଇ ଦେଉନାହାନ୍ତି। ଟିକେ ଟିକେ କଥାରେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦେଉଛନ୍ତି। ବାହାରକୁ ଛାଡ଼ୁ ନାହାନ୍ତି। ସହକାରୀ ଅଧୀକ୍ଷକଙ୍କ ଏପରି ନିର୍ଯାତନା ସହି ପାରୁନାହୁଁ।”

Related story