ଦାଦାଗିରି ଦେଖାଇଲେ ପ୍ରିନ୍ସିପାଲଙ୍କ ସାନ ଭାଇ; ଛାତ୍ରଙ୍କୁ ପିଟିଲେ, ଟିସି ଦେଇ ବିଦା କଲେ

ବାରିପଦା(ମାଣିକଲାଲ ପାଣି): ପରୀକ୍ଷା ଆଗରୁ ହାତରେ ଭୁଲ୍‌ ଆଡମିଟ୍‌ କାର୍ଡ ଥମାଇ ଦେଲେ କଲେଜ କର୍ତ୍ତୃପକ୍ଷ । ଏନେଇ ଅଭିଯୋଗ କରିବାରୁ ତ୍ରୁଟି ସୁଧାରିବା ପରିବର୍ତ୍ତେ ଓଲଟା ଛାତ୍ରଙ୍କ ଉପରେ ଦାଦାଗିରି ଦେଖାଇଲେ ପ୍ରିନ୍ସିପାଲଙ୍କ ସାନ ଭାଇ । ଏପରିକି ଅଭିଯୋଗ କରିବାକୁ ଯାଇଥିବା ଛାତ୍ରମାନଙ୍କୁ ନିର୍ଧୂମ ପିଟିଲେ। ଏନେଇ ଛାତ୍ରମାନେ ଜିଲ୍ଲାପାଳଙ୍କ  ଦ୍ୱାରସ୍ଥ ହେବାରୁ ପୁଲିସ୍‌  ପ୍ରିନ୍ସିପାଲ ଓ ଜଣେ ପ୍ରଫେସରଙ୍କୁ ଗିରଫ କରିଛି। ହେଲେ ପ୍ରିନ୍ସିପାଲଙ୍କ ସାନ ଭାଇକୁ ଫେରାର ହୋଇ ଯାଇଛନ୍ତି। ଏପରି […]

bpd

  • Published: Wednesday, 03 August 2022
  • , Updated: 03 August 2022, 01:42 PM IST

ବାରିପଦା(ମାଣିକଲାଲ ପାଣି): ପରୀକ୍ଷା ଆଗରୁ ହାତରେ ଭୁଲ୍‌ ଆଡମିଟ୍‌ କାର୍ଡ ଥମାଇ ଦେଲେ କଲେଜ କର୍ତ୍ତୃପକ୍ଷ । ଏନେଇ ଅଭିଯୋଗ କରିବାରୁ ତ୍ରୁଟି ସୁଧାରିବା ପରିବର୍ତ୍ତେ ଓଲଟା ଛାତ୍ରଙ୍କ ଉପରେ ଦାଦାଗିରି ଦେଖାଇଲେ ପ୍ରିନ୍ସିପାଲଙ୍କ ସାନ ଭାଇ । ଏପରିକି ଅଭିଯୋଗ କରିବାକୁ ଯାଇଥିବା ଛାତ୍ରମାନଙ୍କୁ ନିର୍ଧୂମ ପିଟିଲେ। ଏନେଇ ଛାତ୍ରମାନେ ଜିଲ୍ଲାପାଳଙ୍କ  ଦ୍ୱାରସ୍ଥ ହେବାରୁ ପୁଲିସ୍‌  ପ୍ରିନ୍ସିପାଲ ଓ ଜଣେ ପ୍ରଫେସରଙ୍କୁ ଗିରଫ କରିଛି। ହେଲେ ପ୍ରିନ୍ସିପାଲଙ୍କ ସାନ ଭାଇକୁ ଫେରାର ହୋଇ ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଏକ ଘରୋଇ ITI କଲେଜରେ ଘଟିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

କୁଳିଅଣା ଥାନା ଅନ୍ତର୍ଗତ  ଘରୋଇ ITI କଲେଜର ଛାତ୍ରମାନଙ୍କ ମଧ୍ୟରେ ଇଲେକ୍ଟିସିଆନ ଟ୍ରେଡ଼ ପିଲା ଫିଟର ଟ୍ରେଡ଼ ଆଡିମିଟ କାର୍ଡ ପାଇଥିଲେ। ସେହିପରି ଫିଟର ଟ୍ରେଡ଼ ଛାତ୍ରଙ୍କୁ ଇଲେକ୍ଟ୍ରିସିଆନ ଆଡିମିଟି କାର୍ଡ ଦିଆଯାଇଥିଲା।  ଏନେଇ ଛାତ୍ରମାନେ କଲେଜ ପ୍ରିନ୍ସିପାଲଙ୍କ ଦୃଷ୍ଟି  ଆକର୍ଷଣ କରିଥିଲେ। ହେଲେ ଛାତ୍ରମାନଙ୍କ ସମସ୍ୟା ସମାଧାନ କରିବା ବଦଳରେ ସେମାନଙ୍କୁ ଭୁଲ୍‌ ଆଡମିଟ୍‌ କାର୍ଡରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା ।

ଉତ୍ତ୍ୟକ୍ତ ଛାତ୍ର ଏଥିରେ ରାଜି ନ ହୋଇ କଲେଜ ଗେଟ ବନ୍ଦ କରି ଆନ୍ଦୋଳନ କରିଥିଲେ । ଏହି ଘଟଣାକୁ ନେଇ ପ୍ରିନ୍ସିପାଲଙ୍କ ସାନ ଭାଇ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏତିକିରେ ତାଙ୍କ ରାଗ ଥମି ନ ଥିଲା। ଶେଷରେ ଛାତ୍ରମାନଙ୍କୁ ହଷ୍ଟେଲରୁ ଟିସି ଦେଇ ବଳପୂର୍ବକ ବିଦା କରିଦେଇଥିଲେ । ପ୍ରିନ୍ସିପାଲଙ୍କ ସାନ ଭାଇ କଲେଜର କର୍ମଚାରୀ ହୋଇ ନ ଥିବା ବେଳେ ସେ କିନ୍ତୁ ଅଧିକାଂଶ ସମୟରେ ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରମାନେ।

ଏଥିରେ ଅତିଷ୍ଠ ଛାତ୍ରମାନେ ରାତି ୩ଟାରେ ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚି ଧାରଣା ଦେଇଥିଲେ ଛାତ୍ରମାନେ । ପ୍ରିନ୍ସିପାଲ ଓ ତାଙ୍କ ସାନ ଭାଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ କୁଳିଅଣା ଥାନାରେ ବି ଲିଖିତ ଅଭିଯୋଗ କରିଛନ୍ତି।   ଏହି ଘଟଣା ପରେ ପୁଲିସ୍‌ ତତ୍ପରତା ଦେଖାଇ ଆଇଟିଆଇ ଅନୁଷ୍ଠାନ ର ଅଧ୍ୟାପକ ସତ୍ୟବାନ୍ ଗିରି ଏବଂ ପ୍ରିସିପାଲ ତ୍ରିଲୋଚନ ବାରିକଙ୍କୁ  ଗିରଫ କରିଛି । ହେଲେ ତାଙ୍କ ସାନ ଭାଇ ଫେରାର ହୋଇଯାଇଥିବା ବେଳେ ତାଙ୍କୁ ଖୋଜୁଛି ପୁଲିସ୍‌।

Related story