ବାହାରିଲା ମାଟ୍ରିକ୍‌ ରେଜଲ୍ଟ, ଅସନ୍ତୁଷ୍ଟଙ୍କ ପାଇଁ ଫର୍ମ ଫିଲ୍‌ଅପ୍ ତାରିଖ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ। ସନ୍ଧ୍ୟା ୬ଟାରୁ ଠାରୁ www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମାର୍କ ଜାଣିପାରିବେ। ତେବେ ଏଥର କରୋନା ଯୋଗୁ ପରୀକ୍ଷା କରା ନଯାଇ ବିକଳ୍ପ ବ୍ୟବସ୍ଥା ଯୋଗେ ଫଳ ପ୍ରକାଶ କରାଯାଇଥିବା ଯୋଗୁ କିଛି ଛାତ୍ରଛାତ୍ରୀ ସେମାନଙ୍କ ମାର୍କକୁ ନେଇ ଅସନ୍ତୁଷ୍ଟ ହୋଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତି ପ୍ରକାରେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ସେମାନଙ୍କ […]

BSE OFFICE

Jitendra Garnayak
  • Published: Friday, 25 June 2021
  • , Updated: 25 June 2021, 05:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ। ସନ୍ଧ୍ୟା ୬ଟାରୁ ଠାରୁ www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମାର୍କ ଜାଣିପାରିବେ। ତେବେ ଏଥର କରୋନା ଯୋଗୁ ପରୀକ୍ଷା କରା ନଯାଇ ବିକଳ୍ପ ବ୍ୟବସ୍ଥା ଯୋଗେ ଫଳ ପ୍ରକାଶ କରାଯାଇଥିବା ଯୋଗୁ କିଛି ଛାତ୍ରଛାତ୍ରୀ ସେମାନଙ୍କ ମାର୍କକୁ ନେଇ ଅସନ୍ତୁଷ୍ଟ ହୋଇପାରନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବ ନିଷ୍ପତ୍ତି ପ୍ରକାରେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ସେମାନଙ୍କ ପାଇଁ ପରୀକ୍ଷା କରାଯିବ ବୋଲି ଆଜି ପୁଣି କୁହାଯାଇଛି।

ବୋର୍ଡ ସଭାପତି କହିଛନ୍ତି, ମାଟ୍ରିକ୍‌ ରେଜଲ୍ଟକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେଲେ ପରୀକ୍ଷା ଦେଇ ପାରିବେ। ସ୍ଥିତି ସ୍ୱାଭାବିକ ହେଲେ ସେମାନେ ପରୀକ୍ଷା ଦେବେ। ଏଥିପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ।

ମାଟ୍ରିକ୍ ପରୀକ୍ଷା ଫଳ ପାଇଁ ଚଳିତ ବର୍ଷ ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି।

୫, ୬୨, ୦୧୦ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୮୦,୩୫୨ ଜଣ ଛାତ୍ର ଥିବା ବେଳେ ୨,୮୧,୬୫୮ ଜଣ ଛାତ୍ରୀ ରହିଛନ୍ତି।

ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ A1 ଗ୍ରେଡ୍‌ ପାଇଥିବା ବେଳେ ୨୨, ୧୩୧ ଜଣ A2, ୫୨, ୧୯୯ ଜଣ B1 ଓ ୯୪, ୪୭୫ ଜଣ B2 ଗ୍ରେଡ୍‌ ପାଇଛନ୍ତି। ସେହିପରି ୧,୩୭,୦୧୪ ଜଣ ‘ସି’ ଗ୍ରେଡ୍‌ରେ ପାସ୍ କରିଥିବା ବେଳେ ୧,୫୧,୬୩୯ ଜଣ ‘ଡି’ ଗ୍ରେଡ୍‌ ଓ ୧,୦୧,୭୯୬ ଜଣ ‘ଇ’ ଗ୍ରେଡ୍ ପାଇଛନ୍ତି।

୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ।

Related story