କଲେଜ ହଷ୍ଟେଲ୍‌ରୁ ବି-ଟେକ୍‌ ଛାତ୍ର ନିଖୋଜ୍‌

କାମାକ୍ଷାନଗର (ବିଦ୍ୟାଧର ବରାଳ): କଲେଜ ହଷ୍ଟେଲ୍‌ରୁ ବି-ଟେକ୍‌ ଛାତ୍ର ନିଖୋଜ୍‌। ନିଖୋଜ ହେବା ପୂର୍ବରୁ ରୁମ୍‌ରେ ଛାଡ଼ି ଗଲେ ହାତ ଲେଖା। ଯେଉଁଥିରେ ରହିଛି କଲେଜ ୱେଡେନ୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଏହାକୁ ନେଇ କଲେଜରେ ଉତ୍ତାଜନା ପ୍ରକାଶ ପାଇଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜରେ ପଢ଼ୁଥିଲେ ସନ୍ଦୀପ କୁମାର ଜେନା। ବି-ଟେକ ଶେଷ ବର୍ଷ ଛାତ୍ର ଥିଲେ। ସେ ରହୁଥିଲେ ବ୍ରହ୍ମସ୍‌ ଭବନରେ। ଗୁରୁବାର ତାଙ୍କୁ ହଷ୍ଟେଲ୍‌ ୱାଡେନ୍‌ ରବୀନ୍ଦ୍ର […]

Student

  • Published: Friday, 16 September 2022
  • , Updated: 16 September 2022, 09:36 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): କଲେଜ ହଷ୍ଟେଲ୍‌ରୁ ବି-ଟେକ୍‌ ଛାତ୍ର ନିଖୋଜ୍‌। ନିଖୋଜ ହେବା ପୂର୍ବରୁ ରୁମ୍‌ରେ ଛାଡ଼ି ଗଲେ ହାତ ଲେଖା। ଯେଉଁଥିରେ ରହିଛି କଲେଜ ୱେଡେନ୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଏହାକୁ ନେଇ କଲେଜରେ ଉତ୍ତାଜନା ପ୍ରକାଶ ପାଇଛି।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜରେ ପଢ଼ୁଥିଲେ ସନ୍ଦୀପ କୁମାର ଜେନା। ବି-ଟେକ ଶେଷ ବର୍ଷ ଛାତ୍ର ଥିଲେ। ସେ ରହୁଥିଲେ ବ୍ରହ୍ମସ୍‌ ଭବନରେ। ଗୁରୁବାର ତାଙ୍କୁ ହଷ୍ଟେଲ୍‌ ୱାଡେନ୍‌ ରବୀନ୍ଦ୍ର ବେହେରା ଗାଳି ଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ସନ୍ଦୀପଙ୍କ ମାଆଙ୍କୁ ମଧ୍ୟ ୱାଡେନ୍‌ ଗାଳି ଦେଇଥିଲେ।

ଆଜି ସକାଳଠାରୁ ସନ୍ଦୀପ କୁମାର ଜେନାଙ୍କ ପତ୍ତା ମିଳୁନାହିଁ। ଏହି ଖବର ପ୍ରଚାରିତ ହେବା ପରେ କଲେଜରେ ଉତ୍ତେଜନା ପ୍ରକାଶ ପାଥିଲା। ୱାଡେନ୍‌ ରବୀନ୍ଦ୍ର ବେହେରାଙ୍କୁ ବହିଷ୍କାର କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ଉତ୍ତେଜନା ଅଣାୟତ ହେଉଥିବା ଦେଖି କଲେଜ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା। ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦରେ ଅଟଳ ରହିଥିଲେ। ସନ୍ଦୀପଙ୍କୁ ଖୋଜି ଆଣିବାକୁ ଦାବି କରିଥିଲେ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ହଷ୍ଟେଲ୍‌କୁ ଫେରି ଯାଇଥିଲେ। ଅନ୍ୟପକ୍ଷରେ ହଷ୍ଟେଲ୍‌ ଛାଡ଼ିବା ପୂର୍ବରୁ ସନ୍ଦୀପ ଛାଡ଼ି ଯାଇଥିଲେ ହାତ ଲେଖା ଚିଠି। ଯେଉଁଥିରେ ସେ ୱାଡେନ୍‌ଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସନ୍ଦୀପଙ୍କୁ ୱାଡେନ୍‌ ଅଶ୍ଲୀଳ ଭାଷାରେ ଗାଳି ଦେଇଥିବା ସନ୍ଦୀପ ଚିଠିରେ ଲେଖିଛନ୍ତି। ସେପଟେ ସନ୍ଦୀପଙ୍କ ମୋବାଇଲ୍‌ ରିଙ୍ଗ ହେଉଛି। ହେଲେ ସେ ଫୋନ୍‌ ରିସିଭ୍‌ କରୁନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ସନ୍ଦୀପ ବର୍ତ୍ତମାନ କେଉଁଠି ଅଛନ୍ତି? ସେ କାହିଁକି କଲ୍‌ ରିସିଭ୍‌ କରୁନାହାନ୍ତି। ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି।

Related story