ମଧ୍ୟାହ୍ନଭୋଜନରେ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ପୋକରା ଚାଉଳ ଭାତ

ଉମରକୋଟ(କାର୍ତ୍ତିକ ମଲିକ): ନିୟମ ରହିଛି ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିଯୁକ୍ତ ଚାଉଳର ଭାତ ମଧ୍ୟାହ୍ନ ଭୋଜନରେ ଦିଆଯିବ। ହେଲେ ଦିଆଯାଉଛି ପୋକରା ଚାଉଳର ଭାତ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୁର୍ତ୍ତୁମା ନୋଡାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋକ ସାଲୁବାଲୁ ହେଉଥିବା ଚାଉଳକୁ ରାନ୍ଧି ଖାଇବାକୁ ଦିଆଯାଇଛି। ଯାହାକୁ ନେଇ ଆଜି ସ୍କୁଲରେ ଅଭିଭାବକମାନେ ପହଞ୍ଚି ହୋହଲ୍ଲା କରିବା ସହ ମଧ୍ୟାହ୍ନ ଭୋଜନ ଚାଉଳକୁ ଜବତ କରିଛନ୍ତି। ଅଭିଯୋଗ ମୁତାବକ, ସ୍କୁଲ କର୍ତ୍ତୃପକ୍ଷ ଓ […]

poka

poka

Niranjan Mishra
  • Published: Tuesday, 13 September 2022
  • Updated: 13 September 2022, 05:04 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲିକ): ନିୟମ ରହିଛି ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିଯୁକ୍ତ ଚାଉଳର ଭାତ ମଧ୍ୟାହ୍ନ ଭୋଜନରେ ଦିଆଯିବ। ହେଲେ ଦିଆଯାଉଛି ପୋକରା ଚାଉଳର ଭାତ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୁର୍ତ୍ତୁମା ନୋଡାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୋକ ସାଲୁବାଲୁ ହେଉଥିବା ଚାଉଳକୁ ରାନ୍ଧି ଖାଇବାକୁ ଦିଆଯାଇଛି। ଯାହାକୁ ନେଇ ଆଜି ସ୍କୁଲରେ ଅଭିଭାବକମାନେ ପହଞ୍ଚି ହୋହଲ୍ଲା କରିବା ସହ ମଧ୍ୟାହ୍ନ ଭୋଜନ ଚାଉଳକୁ ଜବତ କରିଛନ୍ତି। ଅଭିଯୋଗ ମୁତାବକ, ସ୍କୁଲ କର୍ତ୍ତୃପକ୍ଷ ଓ ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ସ୍ୱୟଂସହାୟକ ଗୋଷ୍ଠୀ ଜାଣତରେ ଏଭଳି କାର୍ଯ୍ୟ ଚାଲିଛି। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏହା ଯୋଗୁ ଖରାପ ହେବ ଜାଣି ମଧ୍ୟ ଏବାବଦରେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ମଧ୍ୟାହ୍ନ ଭୋଜନ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।

ଅନ୍ୟପଟେ ପୋକରା ଚାଉଳକୁ ପଲିସିଂ କରିବା ପରେ ମଧ୍ୟାହ୍ନ ଭୋଜନ ରାନ୍ଧି ପିଲାମାନଙ୍କୁ ଦିଆଯାଉଥିବା କହିଛନ୍ତି ରାନ୍ଧିବା ଦାୟିତ୍ୱରେ ଥିବା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା। ମା’ ଲକ୍ଷ୍ମୀ ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟ ସୁମିତ୍ରା ଘୋଷ କହିଛନ୍ତି, ବିଦ୍ୟାଳୟକୁ ଏକକାଳୀନ ୩ ମାସର ଚାଉଳ ଦିଆଯାଉଥିବାରୁ ସଂରକ୍ଷଣ ଅଭାବରୁ ଚାଉଳ ବସ୍ତା ଭିତରେ ପୋକ ଲାଗି ଯାଉଛି। ଯାହାକୁ  ସେମାନେ ପଲିସିଂ କରିବା ପରେ ରାନ୍ଧି ପିଲାଙ୍କୁ ଖାଇବାକୁ ଦେଉଛନ୍ତି। ଏହାକୁ ନେଇ ମଧ୍ୟାହ୍ନ ଭୋଜନ ତଦାରଖ ଦାୟିତ୍ୱରେ ଅଧିକାରୀଙ୍କ ଦାୟିତ୍ୱହୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିବା ଖବର ପାଇ ଉମରକୋଟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପୁରୁଷୋତ୍ତମ ମାଝୀ ଉକ୍ତ ବିଦ୍ୟାଳୟକୁ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। ସେ କହିଛନ୍ତି, ମୁଁ ଦେଖିବାକୁ ପାଇଛି ପିଲାମାନଙ୍କୁ ପୋକଡା ଚାଉଳ ପଲିସିଂ କରି ଖାଇବାକୁ ଦିଆଯାଉଛି। ଏହି ଚାଉଳକୁ ବନ୍ଦ କରି ଭଲ ଚାଉଳ ମଧ୍ୟାହ୍ନ ଭୋଜନ ରାନ୍ଧିବାକୁ ଯୋଗାଇ ଦିଆଯିବ। ଏନେଇ ସେ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେବେ। ଶିକ୍ଷାଧିକାରୀ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ନେବେ।

ଛାତ୍ରୀ ସ୍ନେହା ରାୟ କହିଛନ୍ତି, ଏଭଳି ଅଖାଦ୍ୟ ଦିଆଯାଉଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉନାହାନ୍ତି। ସରକାର ତୁରନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ ବ୍ୟବସ୍ଥା କରିବା ଉଚିତ।

ଅଭିଭାବକ ମୃତ୍ୟୁଞ୍ଜୟ କିର୍ତ୍ତନିୟା ଓ ସମିତି ସଭ୍ୟ ସନ୍ତୋଷ ରାୟ କହିଛନ୍ତି, ଛାତ୍ରଛାତ୍ରୀଙ୍କୁ ଏଭଳି ଅଖାଦ୍ୟ ଦେଇ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଅପେକ୍ଷା ମଧ୍ୟାହ୍ନ ଭୋଜନ ବନ୍ଦ କରି ଦିଆଯାଉ। ସରକାର ଅଯଥା ବାଃ ବାଃ ନେବାକୁ ପ୍ରହସନ କରନ୍ତୁନି। ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

[caption id="attachment_766190" align="aligncenter" width="650"] ପୋକ ଲାଗିଥିବା ଚାଉଳ ବସ୍ତା ଦେଖାଉନ୍ତି ଅଭିଭାବକ।[/caption]

ସୂଚନା ଥାଉକି, ରାଜ୍ୟର ସମସ୍ତ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଏକ ସୁନ୍ଦର ଶୌଖିକ ପରିବେଷରେ ଗୁଣାତ୍ମକ ଶିକ୍ଷାଦାନ ସହ ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ପାଠ ଛାଡ଼ୁଥିବା ପିଲାଙ୍କୁ ସ୍କୁଲ ଆଣିବା ନିମନ୍ତେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କରାଯାଇଛି। ହେଲେ ବ୍ୟବସ୍ଥାରେ ଅବ୍ୟବସ୍ଥା ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷର କାରଣ ହୋଇଛି। ପୋକରା ଚାଉଳ ଖାଇ ସ୍ୱାସ୍ଥ୍ୟ ଖରାପ ହେଉଥିବାରୁ ଅନେକ ଛାତ୍ରଛାତ୍ରୀ ଏଠାରେ ମଧ୍ୟାହ୍ନ ଭୋଜନ ଖାଉନାହାନ୍ତି। କିଏ ଘରୁ ଟିଫିନ୍ ଆଣି ଆସୁଛି ତ, କିଏ ସ୍କୁଲ ପାଖ ଦୋକାନରୁ ଜଳଖିଆ କିଣି ଖାଇ କାମ ଚଳାଇ ଦେଉଛନ୍ତି। ଦୂରଦୂରାନ୍ତରୁ ଆସୁଥିବା ଗରିବ ଛାତ୍ରଛାତ୍ରୀମାନେ ବାଧ୍ୟ ବାଧ୍ୟକତା ଭିତରେ ପୋକରା ଚାଉଳରେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନ ଖାଇ ରୋଗରେ ପଡ଼ୁଛନ୍ତି। ଏନେଇ ଅଭିଭାବକମାନେ ଜାଣିବା ପରେ ମିଳିତ ହୋଇ ସ୍କୁଲ ଘେରାଉ କରିଥିଲେ। ରନ୍ଧା ଯାଉଥିବା ଚାଉଳ ବସ୍ତା ଖୋଲି ଦେଖିଥିଲେ। ସମସ୍ତ ଚାଉଳରେ ପୋକ ଲାଗି ଯାଇଥିଲା। ଯାହାକୁ ନେଇ ଏଠାରେ ଉତ୍ତଜନା ପ୍ରକାଶ ପାଇଥିଲା। ସରକାର ସ୍କୁଲର ସୁପରିଚାଳନା ନିମନ୍ତେ ଗଣଶିକ୍ଷା ବିଭାଗକୁ ୫ଟି ଓ ମୋ ସରକାର ଯୋଜନାରେ ଯୋଡ଼ିଛନ୍ତି ସତ, ହେଲେ ଏଠାରେ କେବଳ ସ୍ୱଚ୍ଛାଚାରୀ ବ୍ୟବସ୍ଥା ଚାଲିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story