ରାସ୍ତାରେ ଗର୍ଜିଲେ ଛାତ୍ରଛାତ୍ରୀ, କହିଲେ- ବସ୍‌ ଆମକୁ ସ୍କୁଲ ନ ନେଲେ ଏଠାରୁ ଗଡ଼ିବନି

ପାରାଦୀପ(ରମାକାନ୍ତ ନାୟକ): ‘୨ ମାସ ହେଲା ସ୍କୁଲ ଯିବାକୁ ଆମେ ନାକେଦମ ହେଉଛୁ। ବସ୍‌ ଯାଉଥିଲେ ବି ଆମକୁ ଯିବାକୁ ସୁଯୋଗ ଦିଆଯାଉନି। ଫଳରେ ସ୍କୁଲ ଯାଇପାରୁ ନଥିବାରୁ ଆମ ପାଠପଢ଼ା ବିପର୍ଯ୍ୟସ୍ତ ହେଲାଣି। ତେଣୁ ଯଦି ଆମେ ବସ୍‌ରେ ସ୍କୁଲ ଯାଇପାରିବୁନି, ତେବେ ଏଠାରୁ ବସ୍‌ ଗଡ଼ିବନି, ତାହା ସମସ୍ତଙ୍କ ପାଇଁ ବନ୍ଦ ହେବ।’ ଏପରି କହି ଜଗତସିଂହପୁର ଜିଲ୍ଲା ପାରାଦୀପ ଦୋଛକିରେ ଗର୍ଜନ କରିଛନ୍ତି ଉଦୟବଟ ବସ୍ତିର ବହୁ ଛାତ୍ରଛାତ୍ରୀ। ସେମାନଙ୍କ ସହ ଅଭିଭାବକ […]

bus

  • Published: Thursday, 25 August 2022
  • , Updated: 25 August 2022, 01:56 PM IST

ପାରାଦୀପ(ରମାକାନ୍ତ ନାୟକ): ‘୨ ମାସ ହେଲା ସ୍କୁଲ ଯିବାକୁ ଆମେ ନାକେଦମ ହେଉଛୁ। ବସ୍‌ ଯାଉଥିଲେ ବି ଆମକୁ ଯିବାକୁ ସୁଯୋଗ ଦିଆଯାଉନି। ଫଳରେ ସ୍କୁଲ ଯାଇପାରୁ ନଥିବାରୁ ଆମ ପାଠପଢ଼ା ବିପର୍ଯ୍ୟସ୍ତ ହେଲାଣି। ତେଣୁ ଯଦି ଆମେ ବସ୍‌ରେ ସ୍କୁଲ ଯାଇପାରିବୁନି, ତେବେ ଏଠାରୁ ବସ୍‌ ଗଡ଼ିବନି, ତାହା ସମସ୍ତଙ୍କ ପାଇଁ ବନ୍ଦ ହେବ।’ ଏପରି କହି ଜଗତସିଂହପୁର ଜିଲ୍ଲା ପାରାଦୀପ ଦୋଛକିରେ ଗର୍ଜନ କରିଛନ୍ତି ଉଦୟବଟ ବସ୍ତିର ବହୁ ଛାତ୍ରଛାତ୍ରୀ। ସେମାନଙ୍କ ସହ ଅଭିଭାବକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ରାସ୍ତା ଉପରେ ବସିଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।

ସୂଚନାଯୋଗ୍ୟ, ପାରାଦୀପ ଟାଉନ୍‌ରେ ଥିବା ବିଭିନ୍ନ ସ୍କୁଲର ନିଜସ୍ୱ ବସ୍‌ ରହିଛି। ଏଥିସହ ପାରାଦୀପ ପୋର୍ଟ ପକ୍ଷରୁ CSR(Corporate Social Responsibility) ଜରିଆରେ କିଛି ବସ୍‌ ଚଲାଯାଇ ପିଲାମାନଙ୍କୁ ଅଳ୍ପ ଟଙ୍କାରେ ସ୍କୁଲରେ ଛଡ଼ାଯାଉଛି। ଏଥିନିମନ୍ତେ ବର୍ଷକୁ ଟ୍ରାନ୍ସଫୋର୍ଟ ଫି ୨୨୭୫ ଟଙ୍କା ବୋଲି ଧାର୍ଯ୍ୟ କରାଯାଇଛି। ହେଲେ ଟଙ୍କା ଡିପୋଜିଟ କରିବାରେ ବିଳମ୍ବ ହେବାରୁ ଉଦୟବଟ ବସ୍ତିରୁ ବିଭିନ୍ନ ସ୍କୁଲକୁ ଯାଉଥିବା ପିଲା ଏହି ବସ୍‌ରେ ଯିବାର ସୁଯୋଗ ପାଇପାରୁ ନାହାନ୍ତି।

ପିଲାମାନେ ବାର୍ଷିକ ବସ୍‌ ଫି ସ୍କୁଲରେ ଡିପୋଜିଟ କରିବା ନିୟମ ଅଛି। ଏହି ଫିକୁ ସ୍କୁଲ କର୍ତ୍ତୃପକ୍ଷ ପାରାଦୀପ ପୋର୍ଟରେ ଡିପୋଜିଟ କରିଥାନ୍ତି। କିନ୍ତୁ ବହୁ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୋର୍ଟରେ ଡିପୋଜିଟ କରିପାରି ନ ଥିଲେ। ଫଳରେ ଦୁଇ ମାସ ହେଲାଣି ସ୍କୁଲ ଯିବାରେ ପିଲାମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ସ୍କୁଲ ବସ୍‌ରେ ଉଦୟବଟ ବସ୍ତିର ଧନୀ ଗରୀବ ସମସ୍ତ ପରିବାରର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାର ସୁବିଧା ଦେବାକୁ ସେମାନେ ଦାବି କରିଛନ୍ତି।

[caption id="attachment_760725" align="aligncenter" width="650"] ବସ୍‌ ସମ୍ମୁଖରେ ଉତ୍ତ୍ୟକ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ।[/caption]

ଏନେଇ କାଜଲ ନାମ୍ନୀ ଛାତ୍ରୀ କହିଛନ୍ତି, ଗୋଟିଏ ମାସ୍‌ରୁ ଅଧିକ ଦିନ ହେଲାଣି ବସ୍‌ ଗଡ଼ୁଛି। କିଛି ଦିନ ମାଗଣାରେ ନେଲେ। ତା’ ପରେ କହିଲେ ବସ୍‌ ପାସ୍‌ କରିବାକୁ ପଡ଼ିବ। ବସ୍‌ ପାସ୍‌ ପାଇଁ ୨୨୭୫ ଦେବାକୁ ପଡ଼ିବ ବୋଲି କହିଲେ। ଆମ ସାର୍‌ ବିଳମ୍ବରେ ଟଙ୍କା ଡିପୋଜିଟ କରିବାରୁ ଆମକୁ ବସ୍‌ରେ ଉଠାଇବାକୁ ପୋର୍ଟ ମନା କରିଦେଲା। ଆମେ ଦଶମ ପିଲା।  ମାସେରୁ ଅଧିକ ସମୟ ହେବ କ୍ଲାସ୍‌କୁ ଯାଇପାରୁନୁ। ଆମେ ପୋର୍ଟରେ ଆନ୍ଦୋଳନ କଲୁ। ପୋର୍ଟ ଶୁଣିଲାନି କି କିଛି ସମାଧାନ ହେଲାନି। ଶେଷରେ ବାଧ୍ୟ ହୋଇ ବସ୍‌ ଅଟକାଇଲୁ। ଆମକୁ ଏହି ବସ୍‌ ସ୍କୁଲକୁ ନ ନେଲେ ଆମେ ଏହାକୁ ଛାଡ଼ିବୁନି।

ଏନେଇ ମିନତୀ ଘରାମୀ ନାମ୍ନୀ ଅଭିଭାବକ କହିଛନ୍ତି, ଆମ ପିଲା ୨ ମାସ ହେଲା ସ୍କୁଲ ଯାଇପାରୁ ନାହାନ୍ତି। ବସ୍‌ ପାସ୍‌ ପାଇଁ ଟଙ୍କା ଦେଇଥିଲୁ। ବିଳମ୍ବ ହେବାରୁ ଟଙ୍କା ଫେରାଇ ଦେଇଛନ୍ତି। ବସ୍‌ ଯଦି ଯିବ ସବୁ ପିଲାଙ୍କୁ ନେବ। ନ ହେଲେ ସମସ୍ତଙ୍କ ପାଇଁ ବନ୍ଦ ହେବ।  ଏନେଇ ପାରାଦୀପ ପୋର୍ଟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Related story