ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କୋର୍ସ ସ୍ଥାନ ପାଇବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେବେ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ ପାଇଁ ୨୦୨୦ ଡିସେମ୍ବର ୨୯ରେ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ କରିଥିଲେ ମଧ୍ୟ ‘ଫାଇଭ-ଟି’ କାର୍ଯ୍ୟକାରୀ କରୁଥିବା ବିଭାଗ ଏ ଦିଗରେ ତ୍ୱରିତ୍ ପଦକ୍ଷେପ ନନେବା […]

Students

Ordigital Desk
  • Published: Thursday, 12 May 2022
  • , Updated: 12 May 2022, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କୋର୍ସ ସ୍ଥାନ ପାଇବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାଠ୍ୟକ୍ରମ ପ୍ରସ୍ତୁତି କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେବେ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ ପାଇଁ ୨୦୨୦ ଡିସେମ୍ବର ୨୯ରେ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଗୃହୀତ କରିଥିଲେ ମଧ୍ୟ ‘ଫାଇଭ-ଟି’ କାର୍ଯ୍ୟକାରୀ କରୁଥିବା ବିଭାଗ ଏ ଦିଗରେ ତ୍ୱରିତ୍ ପଦକ୍ଷେପ ନନେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ୨୦୨୩ ଶିକ୍ଷାବର୍ଷ ପାଇଁ ଯେଉଁ ବହି ଛପା ଯାଉଛି। ସେଥିରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମକୁ ସାମିଲ କରାଯିବ । ତେବେ କେଉଁ ଶ୍ରେଣୀରେ ଏହି ପାଠ୍ୟକ୍ରମ ରହିବ ତାହା ଏସସିଇଆରଟି ବିଚାର ବିମର୍ଶ କରୁଛନ୍ତି । ନବମ-ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ’ଣ ରହିବ, ତଳ କ୍ଲାସରେ କ’ଣ ରହିବ ସେ ଦିଗରେ କାମ ଚାଲିଛି । ବିପର୍ଯ୍ୟୟ ପରିଚାଳନାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ସେ ଦିଗରେ କାର୍ଯ୍ୟ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ୨୯ରେ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପ୍ରସ୍ତାବ ଗୃହୀତ ହେବା ଓ ଏହାର ସପ୍ତାହକ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରି କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ପାଇଁ ପ୍ରତ୍ୟେକ ଘରେ ଜଣେ ଯୋଦ୍ଧା ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ସ୍କୁଲ ପାଠ୍ୟକ୍ରମ ଓ ନିଯୁକ୍ତି ସିଲାବସରେ ମଧ୍ୟ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ ବି ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନି ।

Related story