‘ଡିଏମ୍‌ଙ୍କ ନିର୍ଯାତନା ସହି ନ ପାରି ମୋ ବାପା ଆଖି ବୁଜିଲେ’

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଡିଏମ୍‌ଙ୍କ ନିର୍ଯାତନା ସହି ନ ପରି ମୋ ବାପା ଆଖି ବୁଜିଲେ। ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ-ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଝିଅ ଆଣିଛନ୍ତି ଏପରି ସାଂଘାତିକ ଅଭିଯୋଗ। ବାପାଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଗତ ରାତିରେ ସାନ ଝିଅ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ସହି ନ […]

jhar

jhar

Niharika Rout
  • Published: Wednesday, 25 November 2020
  • Updated: 25 November 2020, 09:23 AM IST

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଡିଏମ୍‌ଙ୍କ ନିର୍ଯାତନା ସହି ନ ପରି ମୋ ବାପା ଆଖି ବୁଜିଲେ। ଝାରସୁଗୁଡା ଜିଲ୍ଲା ବନ ଉନ୍ନୟନ ନିଗମର ସବ-ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ଝିଅ ଆଣିଛନ୍ତି ଏପରି ସାଂଘାତିକ ଅଭିଯୋଗ।

ବାପାଙ୍କ ମୃତ୍ୟୁକୁ ସହ୍ୟ କରି ନ ପାରି ଗତ ରାତିରେ ସାନ ଝିଅ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉପରିସ୍ଥ ଅଧିକାରୀଙ୍କ ନିର୍ଯାତନା ସହି ନ ପାରି ବାପାଙ୍କ ମୃତ୍ୟୁ  ହୋଇଥିବା ନେଇ ବାସୁଦେବଙ୍କ ବଡ଼ ଝିଅ ଗତ ରାତିରେ ଥାନାରେ ଅଭିଯୋଗ  କରିଛନ୍ତି।

ବାସୁଦେବ ମୃତ୍ୟୁକୁ ୨୦ ଘଣ୍ଟାରୁ ଊର୍ଦ୍ଧ୍ୱ ବିତିଗଲାଣି । କିନ୍ତୁ ଏବେବି ଡାକ୍ତରଖାନାରେ ପଡିଛି ମୃତଦେହ । ମୃତଦେହ ପାଖରେ ବାସୁଦେବଙ୍କ ଝିଅ ଓ ସମ୍ପର୍କୀୟ ମାନେ ଅଛନ୍ତି। ଓଏଫଡିସି ଡିଏମ୍ ଅମିୟ କୁମାର ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ନ  ଆସିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି ତାଙ୍କ ଝିଅ ଓ ସମ୍ପର୍କୀୟ ଅଡ଼ି ବସିଛନ୍ତି।  ଡିଏମ୍ ଅମିୟ କୁମାର ପଟ୍ଟନାୟକ ଫୋନ୍‌ ଉଠାଉ ନ ଥିବା ବେଳେ ଫେରାର ହୋଇଯାଇଥିବା ମୃତକଙ୍କ ଝିଅ କହିଛନ୍ତି।  ପୁଲିସ୍‌ ଘଟଣାର ତନାଘନା ଆରମ୍ଭ କରିଛି।

ମୃତକଙ୍କ ଝିଅ ତନୁଜା ପାଲ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ,  ବର୍ଷେ ହେଲାଣି ତାଙ୍କ ବାପା  ବାସୁଦେବ ପାଲ ମାନସିକ ଯନ୍ତ୍ରଣା ପାଉଥିବା ଘରେ କହିଥିଲେ । ଡିଭିଜନାଲ ମ୍ୟାନେଜର ଅମିୟ କୁମାର ପଟ୍ଟନାୟକ ତାଙ୍କୁ ବଦଳି କରାଇଦେବେ ବୋଲି ବାରମ୍ବାର ଧମକ ଦେଉଥିଲେ । ଗତ ସୋମବାର ରାତି ୧୨ଟା ପର୍ଯ୍ୟନ୍ତ କାମ କରିବା ପରେ  ତା’ ପର ଦିନ ଭୋର୍ ୪ଟାରୁ ଉଠି କାମ କରିଥିଲେ। ସକାଳୁ ସବୁ ଠିକ୍ ଥିଲା । ଘରୁ ଖାଇ ପିଇ ସାଢେ ୧୦ଟାରେ ଅଫିସକୁ ଗଲେ।  ଏହାପରେ ଡିଭିଜନାଲ ମ୍ୟାନେଜର ଅମିୟ କୁମାର ପଟ୍ଟନାୟକ ତାଙ୍କୁ ନିଜ ସରକାରୀ ବାସଭବନକୁ  ଡକାଇ ଗାଳି ଦେଇଥିଲେ। ଏହାକୁ ସହି ନପାରି ସେ ସେହିଠାରେ ଅଚେତ ହୋଇପଡ଼ିଗଲେ ।  ସହଯୋଗୀ କର୍ମଚାରୀ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା କୋହଭରା କଣ୍ଠରେ କହିଛନ୍ତି ମୃତ ବାସୁଦେବ ପାଲଙ୍କ ଝିଅ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos