ସୁବର୍ଣ୍ଣପୁର ଡଙ୍ଗା ବୁଡ଼ି ଘଟଣା: ଏ ପର୍ଯ୍ୟନ୍ତ ମିଳିନି ନିଖୋଜଙ୍କ ସନ୍ଧାନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ତେଲେଣ୍ଡା ଘାଟରେ ସୋମବାର ଡ଼ଙ୍ଗା ବୁଡ଼ି ନିଖୋଜ ଥିବା ୮୦ ବର୍ଷର ବୃଦ୍ଧ ଯେଷ୍ଟି ମହାଲିକଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନି। ଗତକାଲି ଦିନ ତମାମ ସୋନପୁର, ଉଲୁଣ୍ଡା ଏବଂ ବୀରମହାରାଜପୁରର ଦମକଳ ବାହିନୀ ମୋଟର ବୋଟ୍ ଯୋଗେ ମହାନଦୀରେ ଖୋଜାଖୋଜି କରିଥିଲେ। ଆଜି ପୁଣି ବଲାଙ୍ଗିର ଓଡ୍ରାଫ୍ ଟିମ୍‌ ସହାୟତାରେ ଖୋଜାଖୋଜି କରାଯାଉଛି। ଗତକାଲି ସୋନପୁର ବ୍ଲକ୍ ଶରଧାପାଲିରୁ ତେଲଣ୍ଡା ଗାଁକୁ ୧୧ଜଣ ଯାତ୍ରୀ ଏକ ଦେଶୀ ଡଙ୍ଗା ଯୋଗେ […]

boat

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 03:45 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ତେଲେଣ୍ଡା ଘାଟରେ ସୋମବାର ଡ଼ଙ୍ଗା ବୁଡ଼ି ନିଖୋଜ ଥିବା ୮୦ ବର୍ଷର ବୃଦ୍ଧ ଯେଷ୍ଟି ମହାଲିକଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନି। ଗତକାଲି ଦିନ ତମାମ ସୋନପୁର, ଉଲୁଣ୍ଡା ଏବଂ ବୀରମହାରାଜପୁରର ଦମକଳ ବାହିନୀ ମୋଟର ବୋଟ୍ ଯୋଗେ ମହାନଦୀରେ ଖୋଜାଖୋଜି କରିଥିଲେ। ଆଜି ପୁଣି ବଲାଙ୍ଗିର ଓଡ୍ରାଫ୍ ଟିମ୍‌ ସହାୟତାରେ ଖୋଜାଖୋଜି କରାଯାଉଛି।

ଗତକାଲି ସୋନପୁର ବ୍ଲକ୍ ଶରଧାପାଲିରୁ ତେଲଣ୍ଡା ଗାଁକୁ ୧୧ଜଣ ଯାତ୍ରୀ ଏକ ଦେଶୀ ଡଙ୍ଗା ଯୋଗେ ଯାଉଥିଲେ। ତେବେ ଜୋରରେ ପବନ ବହିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ମଝି ନଈରେ ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା କିଛି ଯାତ୍ରୀ ପହଁରୀ କୂଳକୁ ଚାଲି ଆସିଥିଲେ। ଡଙ୍ଗାରେ ଥିବା ୬୦  ବର୍ଷୀୟା ଶଶି ମହାଲିକଙ୍କ  ମୃତ୍ୟୁ ହୋଇଥିଲା। ସେହିପରି ଉଦ୍ଧାର ହୋଇଥିବା କାମ୍ପାଲ ବଗବର୍ତ୍ତୀଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା

Related story