ସୁବର୍ଣ୍ଣପୁର: ଜାଲ୍ ନୋଟ୍ କାରବାର ଅଭିଯୋଗରେ ଜଣେ ଗିରଫ

ସୁବର୍ଣ୍ଣପୁର: ଜାଲ୍ ନୋଟ୍ କାରବାର୍ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ହାତରେ ଜଣେ ଅଭିଯୁକ୍ତ ଧରାପଡ଼ିଛି । ଗିରଫ ଅଭିଯୁକ୍ତର ନାଁରେ ବଳରାମ ମେହେର। ଦୀର୍ଘ ଦିନ ହେଲା ସେ ଜିଲ୍ଲାର ବିନିକା ଏବଂ ଡୁଙ୍ଗୁରିପାଲି ଅଞ୍ଚଳର ବିଭିନ୍ନ ସାପ୍ତାହିକ ବଜାରରେ ଏହି ଜାଲ୍ ନୋଟ୍ କାରବାର ଜାରି ରଖିଥିଲା। ଏନେଇ ପୋଲିସ ପାଖରେ ପୂର୍ବରୁ ସୂଚନା ରହିଥିଲା। ମଙ୍ଗଳବାର ରାମପୁରର ସାପ୍ତାହିକ ହାଟରେ ବଳରାମ ଏହି କାରବାର ଜାରି ରଖିଥିବାବେଳେ ପୋଲିସ ସାରସମାଲ୍ ନିକଟ ଏକ […]

cori

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 06:37 AM IST

ସୁବର୍ଣ୍ଣପୁର: ଜାଲ୍ ନୋଟ୍ କାରବାର୍ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ହାତରେ ଜଣେ ଅଭିଯୁକ୍ତ ଧରାପଡ଼ିଛି । ଗିରଫ ଅଭିଯୁକ୍ତର ନାଁରେ ବଳରାମ ମେହେର। ଦୀର୍ଘ ଦିନ ହେଲା ସେ ଜିଲ୍ଲାର ବିନିକା ଏବଂ ଡୁଙ୍ଗୁରିପାଲି ଅଞ୍ଚଳର ବିଭିନ୍ନ ସାପ୍ତାହିକ ବଜାରରେ ଏହି ଜାଲ୍ ନୋଟ୍ କାରବାର ଜାରି ରଖିଥିଲା। ଏନେଇ ପୋଲିସ ପାଖରେ ପୂର୍ବରୁ ସୂଚନା ରହିଥିଲା। ମଙ୍ଗଳବାର ରାମପୁରର ସାପ୍ତାହିକ ହାଟରେ ବଳରାମ ଏହି କାରବାର ଜାରି ରଖିଥିବାବେଳେ ପୋଲିସ ସାରସମାଲ୍ ନିକଟ ଏକ ଢାବାରେ ଚଢ଼ଉ କରି ଗିରଫ କରିଥିଲା। ଅଭିଯୁକ୍ତଙ୍କ ପାଖରୁ ୧୦୦ଟି ପାଞ୍ଚଶହ ଏବଂ ୫ଶହଟି ୧୦୦ ଟଙ୍କିଆ ନୋଟ ପୋଲିସ ଜବତ କରିଥିଲା। ଏହି ଘଟଣା ପରେ ପୋଲିସ ଏଭଳି ଜାଲ୍ ନୋଟ୍ କାରବାରର ଲିଙ୍କ୍ ଖୋଜୁଛି।

Related story