‘ସୁବର୍ଣ୍ଣରେଖା ବିପଦସଙ୍କେତ ଉପରେ ଅଛି କିନ୍ତୁ ସ୍ଥିର ଅଛି, ଆଜି ଦିନକ ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୮ ଘଣ୍ଟା ଧରି ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ଅଛି। କିନ୍ତୁ ଏହା ଏବେ ବି  ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଆଜି ଦିନକ ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ଘଟଣା ଉପରେ ସମ୍ପୂର୍ଣ୍ଣ ନଜର ରଖିଛୁ ବୋଲି କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ। ସୁବର୍ଣ୍ଣରେଖାରେ ଏକ ବଡ଼ ବନ୍ୟା ଆଶଙ୍କା ଲାଗି ରହିଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି। ସୁବର୍ଣ୍ଣରେଖା ଜଳସ୍ତର ସ୍ଥିର ଥିଲେ ବି ତାହା ବିପଦସଙ୍କେତ ଉପରେ […]

tukuni-sahu

  • Published: Monday, 22 August 2022
  • , Updated: 22 August 2022, 01:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୮ ଘଣ୍ଟା ଧରି ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ଅଛି। କିନ୍ତୁ ଏହା ଏବେ ବି  ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଆଜି ଦିନକ ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେଣୁ ଘଟଣା ଉପରେ ସମ୍ପୂର୍ଣ୍ଣ ନଜର ରଖିଛୁ ବୋଲି କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ।

ସୁବର୍ଣ୍ଣରେଖାରେ ଏକ ବଡ଼ ବନ୍ୟା ଆଶଙ୍କା ଲାଗି ରହିଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି। ସୁବର୍ଣ୍ଣରେଖା ଜଳସ୍ତର ସ୍ଥିର ଥିଲେ ବି ତାହା ବିପଦସଙ୍କେତ ଉପରେ ରହିଛି। ଜାମଶୋଳାଘାଟରେ ବିପଦସଂକେତ ୪୯.୧୫ ଥିବା ବେଳେ ଏବେ ତାହା ୪୯.୭୨ ରହିଛି। ରାଜଘାଟରେ ବିପଦସଂକେତ ୧୦.୩୬ ଥିବା ବେଳେ ଏବେ ୧୧.୮୮ ମିଟର ଉପରେ ଜଳ ପ୍ରବାହିତ ହେଉଛି। ଏହାମଧ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।

ବୈଠକ ପରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ ମନ୍ତ୍ରୀ ସାହୁ କହିଛନ୍ତି, ସୁବର୍ଣ୍ଣରେଖା ଜଳସ୍ତର ଏବେ ୧୧.୯୦ ମିଟର ଅଛି। ତାହା ଗତ ୮ ଘଣ୍ଟା ହେଲା ସ୍ଥିର ଅଛି। ବାଲିଆପାଳ, ବସ୍ତା ଭୋଗରାଇର ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିଛି। ସେ ସବୁ ଅଞ୍ଚଳରେ ନାଇଟ ପାଟ୍ରୋଲିଂ କରାଯାଉଛି। ଜଣେ ଇଆଇସି ଘଟଣାସ୍ଥଳରେ ଉପସ୍ଥିତି ରହି ସ୍ଥିତି ଉପରେ ନଜର ରଖିଛନ୍ତି। ପର୍ଯ୍ୟାପ୍ତ ପରିମାଣର ବାଲିବସ୍ତା, ବହ୍ଲା ଆଦି ମହଜୁଦ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ , ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ । ଜିରୋ କାଜୁଆଲିଟିରେ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି କହିଛନ୍ତି ମନ୍ତ୍ରୀ।

ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ଥିଲେ ବି ଏବେ ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଦୁର୍ଦ୍ଦଶା ଭୋଗୁଛନ୍ତି ବହୁ ଲୋକେ।  ବାଲେଶ୍ୱରର ଗଡ଼ାପୋଲ ନିକଟ ରାସ୍ତାରେ ୩ ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଫଳରେ ବାଲିଆପାଳ-କମର୍ଦ୍ଦା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।  ବାଲିଆପାଳ ବ୍ଲକର ୨୫ ଗାଁ ପାଣି ଘେରରେ ଥିବେ ବେଳେ ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି।

ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ରେସ୍‌କ୍ୟୁ ଟିମ୍ ପଠାଯାଇଛି । ଦୁଇ ଜିଲ୍ଲାକୁ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ଟି ଅପରେସନାଲ ଟିମ୍ ଯାଇଥିବା କହିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।

Related story