ବିଜେପିରୁ ଇସ୍ତଫା ଦେଲେ ସୁବାସ ଚୌହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଟିକେଟ ବଣ୍ଟନକୁ ନେଇ ସୁବାସ ଅସନ୍ତୁଷ୍ଟ ଥିଲେ। ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଗତଥର ବିଜେପି ଟିକେଟ୍‌ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଏଥର ଟିକେଟ୍ କାଟିଦେବା ପରେ ଏହାକୁ ନେଇ ଜନସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସେ ସୋଶାଲ୍ […]

subashh

Tapaswini Nayak
  • Published: Tuesday, 26 March 2019
  • , Updated: 26 March 2019, 01:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଟିକେଟ ବଣ୍ଟନକୁ ନେଇ ସୁବାସ ଅସନ୍ତୁଷ୍ଟ ଥିଲେ। ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ସେ ଗତଥର ବିଜେପି ଟିକେଟ୍‌ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଏଥର ଟିକେଟ୍ କାଟିଦେବା ପରେ ଏହାକୁ ନେଇ ଜନସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସେ ସୋଶାଲ୍ ମିଡିଆରେ ଲେଖିଥିଲେ। ସଂଗଠନରେ ଅଛି, ରହିବି ଏବଂ ଲୋକଙ୍କ ସେବା କରିବି ବୋଲି ସେ ସୋଶାଲ୍ ମିଡିଆରେ ଉଲ୍ଲେଖ କରିଥିଲେ। ଏଥିସହ ସେ ନିର୍ବାଚନ ଲଢିବେନି ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ।

ବିଜେପିରୁ ଇସ୍ତଫା ଦେବା ପରେ ସୁବାସ ଚୌହ୍ୱାନ କହିଛନ୍ତି,“ମୋ ପ୍ରତି ଷଡ଼ଯନ୍ତ୍ର ହୋଇଛି। ଗତଥର ସର୍ବାଧିକ ଭୋଟ ପାଇଥିଲି, ଷଡ଼ଯନ୍ତ୍ର ପାଇଁ ହାରିଲି। ଏଥର ଷଡ଼ଯନ୍ତ୍ର କରି ମୋ ଟିକେଟ କାଟି ଦିଆଗଲା।  ୧୨ ହଜାର ଭୋଟ ପାଇଥିବା ଲୋକ ଟିକେଟ ପାଇଛନ୍ତି। ଖାଲି ପ୍ରଚାର କଲେ, ଉଜ୍ଜ୍ୱଳା ଗ୍ୟାସ ବାଣ୍ଟିଲେ ଭୋଟ ମିଳିବନି।”

ସୂଚନାଯୋଗ୍ୟ, ସୁବାସ ଚୌହ୍ୱାନ ବିଜେଡ଼ିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି।

Related story