ଫାଣ୍ଡି ଦାୟିତ୍ୱରେ ରହିବେ ସବ୍‌-ଇନ୍ସପେକ୍ଟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ ଏଣିକି ସବ୍-ଇନ୍ସପେକ୍ଟର (ଏସ୍‌ଆଇ)ମାନେ ରହିବେ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ସହକାରୀ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ) ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ। କମିଶନରେଟ୍ ପୁଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୁଲିସ୍‌ ଓ ରେଲୱେ ପୁଲିସ ଦ୍ୱାରା ପରିଚାଳିତ ଫାଣ୍ଡି ଗୁଡ଼ିକରେ ସବ୍‌-ଇନ୍ସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ। ସବ୍-ଇନ୍ସପେକ୍ଟର ମାନେ ପାଇଥିବା ତାଲିମ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କ […]

Police

Jitendra Garnayak
  • Published: Tuesday, 05 October 2021
  • , Updated: 05 October 2021, 12:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ ଏଣିକି ସବ୍-ଇନ୍ସପେକ୍ଟର (ଏସ୍‌ଆଇ)ମାନେ ରହିବେ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ସହକାରୀ ସବ୍‌-ଇନ୍ସପେକ୍ଟର (ଏଏସ୍‌ଆଇ) ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ।

କମିଶନରେଟ୍ ପୁଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୁଲିସ୍‌ ଓ ରେଲୱେ ପୁଲିସ ଦ୍ୱାରା ପରିଚାଳିତ ଫାଣ୍ଡି ଗୁଡ଼ିକରେ ସବ୍‌-ଇନ୍ସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ।

ସବ୍-ଇନ୍ସପେକ୍ଟର ମାନେ ପାଇଥିବା ତାଲିମ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି ସରକାର ଆଶା କରୁଛନ୍ତି।

Related story