ମିଜାଇଲ ‘ନିର୍ଭୟ’ର ଅତ୍ୟାଧୁନିକ ସଂସ୍କରଣର ପରୀକ୍ଷଣ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରୁଜ୍‌ ମିଜାଇଲ ‘ନିର୍ଭୟ’ର ଅତ୍ୟାଧୁନିକ ସଂସ୍କରଣର ପରୀକ୍ଷଣ କରାଯାଇଛି। ଚାନ୍ଦିପୁର ITRର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ଅପରାହ୍ନ ୩ଟା ୮ ମିନିଟ୍‌ରେ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ କ୍ରୁଜ ମିଜାଇଲ ‘ନିର୍ଭୟ’ର ପରୀକ୍ଷା କରାଯାଇଛି। ମିଜାଇଲ ପରୀକ୍ଷଣ ପୂର୍ବରୁ ଆଖପାଖ ୮ ଖଣ୍ଡ ଗାଁରୁ ସାଢେ ଛଅ ହଜାର ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ। ସେମାନଙ୍କୁ ରହିବା ଓ ଖାଇବା ସହ ସେମାନଙ୍କୁ […]

Missile

Missile

Manoranjan Sial
  • Published: Tuesday, 07 December 2021
  • Updated: 07 December 2021, 06:09 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରୁଜ୍‌ ମିଜାଇଲ ‘ନିର୍ଭୟ’ର ଅତ୍ୟାଧୁନିକ ସଂସ୍କରଣର ପରୀକ୍ଷଣ କରାଯାଇଛି। ଚାନ୍ଦିପୁର ITRର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ଅପରାହ୍ନ ୩ଟା ୮ ମିନିଟ୍‌ରେ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ କ୍ରୁଜ ମିଜାଇଲ ‘ନିର୍ଭୟ’ର ପରୀକ୍ଷା କରାଯାଇଛି।

ମିଜାଇଲ ପରୀକ୍ଷଣ ପୂର୍ବରୁ ଆଖପାଖ ୮ ଖଣ୍ଡ ଗାଁରୁ ସାଢେ ଛଅ ହଜାର ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ। ସେମାନଙ୍କୁ ରହିବା ଓ ଖାଇବା ସହ ସେମାନଙ୍କୁ ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ କ୍ଷତି ପୂରଣ ଦେଇଛି ପ୍ରତିରକ୍ଷା ବିଭାଗ। ସେପଟେ ଆଜି ପ୍ରହାର ମିଜାଇଲର ଏକ ଅତ୍ୟାଧୁନିକ ଭର୍ସନର ପରୀକ୍ଷା କରାଯାଇ ପାରେ ବୋଲି ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos