ଟାର୍ଗେଟ ହିଟ୍ କଲା ଆକାଶର ନ୍ୟୁ ଜେନେରେସନ କ୍ଷେପଣାସ୍ତ୍ର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ନ୍ୟୁ ଜେନେରେସନର ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଡିଆର୍‌ଡିଓ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜର ୩ ନମ୍ବର ଲଞ୍ଚ ପେଡ୍‌ରୁ ଆଜି ମଧ୍ୟାହ୍ନ ୧୨ଟା ୪୫ରେ ଏହି କ୍ଷେପଣାସ୍ତ୍ରକୁ ସଫଳ ଉତ୍‌କ୍ଷେପଣ କରାଯାଇଛି। ଏହା ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି। DRDO has successfully flight tested the New Generation Akash Missile (Akash-NG) a Surface to Air […]

Akash Missile

Manoranjan Sial
  • Published: Wednesday, 21 July 2021
  • , Updated: 21 July 2021, 07:28 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ନ୍ୟୁ ଜେନେରେସନର ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଡିଆର୍‌ଡିଓ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜର ୩ ନମ୍ବର ଲଞ୍ଚ ପେଡ୍‌ରୁ ଆଜି ମଧ୍ୟାହ୍ନ ୧୨ଟା ୪୫ରେ ଏହି କ୍ଷେପଣାସ୍ତ୍ରକୁ ସଫଳ ଉତ୍‌କ୍ଷେପଣ କରାଯାଇଛି। ଏହା ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି।

https://twitter.com/DRDO_India/status/1417820342853115907?s=20

ଆକାଶର ନ୍ୟୁ ଜେନେରେସନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪୦ କିଲୋମିଟର ରହିଥିବା ବେଳେ ଏହା ୬୦ କେଜି ଯୁଦ୍ଧାସ୍ତ୍ର ବହନ କରିପାରିବେ। ଆକାଶ ଏହି ପରୀକ୍ଷଣ ସଫଳ ହେବା ପରେ ଡିଆରଡିଓ, ବିଇଏଲ୍‌, ବିଡିଏଲ୍‌, ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

ସେପଟେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପୋର୍ଟେବୁଲ୍‌ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ର ମଧ୍ୟ ପରୀକ୍ଷଣ ସଫଳ ହୋଇଛି। ଡିଆର୍‌ଡିଓ ଦ୍ୱାରା ବିକଶିତ ହୋଇଥିବା ଏହି କ୍ଷେପଣାସ୍ତ୍ରର ଓଜନ ବହୁତ କମ୍‌ ହୋଇଥାଏ। ଏପରିକି ଜଣେ ବ୍ୟକ୍ତି ଏହାକୁ ବୋହି ନେଇପାରିବ। ପରୀକ୍ଷଣ ସମୟରେ ଏହା ନିର୍ଭୁଲ ଭାବେ ଏକ ଡମି ଟ୍ୟାଙ୍କକୁ ହିଟ୍‌ କରି ତାକୁ ପୂରାପୂରି ଧ୍ୱଂସ କରିଦେଇଥିଲା।

https://twitter.com/DRDO_India/status/1417807935950913543?s=20

Related story