ନବୀନ ନିବାସରେ ଓଡ଼ିଆ ଖାଦ୍ୟର ମଜା ନେଲେ ଶାହ, ସାଙ୍ଗରେ ଥିଲେ ମମତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ କାଉନ୍‌ସିଲ ବୈଠକ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ। ବୈଠକ ପରେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଶାହ। ଏଥିରେ ନିରାମିଷ ଓ ଆମିଷ ସହ ୫୦ ପ୍ରକାର ଆଇଟ୍‌ମ ହୋଇଥିଲା। ଶାହଙ୍କ ସମେତ ଅନ୍ୟ ଅତିଥିମାନେ ନବୀନ […]

bbsr

Manoranjan Sial
  • Published: Friday, 28 February 2020
  • , Updated: 28 February 2020, 06:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ କାଉନ୍‌ସିଲ ବୈଠକ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ। ବୈଠକ ପରେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଶାହ। ଏଥିରେ ନିରାମିଷ ଓ ଆମିଷ ସହ ୫୦ ପ୍ରକାର ଆଇଟ୍‌ମ ହୋଇଥିଲା। ଶାହଙ୍କ ସମେତ ଅନ୍ୟ ଅତିଥିମାନେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିଲେ

ନବୀନ ନିବାସରେ ଗୃହମନ୍ତ୍ରୀଙ୍କୁ ଆଜି ପରସା ଯାଇଛି ଓଡ଼ିଆ ଖାଦ୍ୟ। ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟାହ୍ନ ଭୋଜନ କରିଛନ୍ତି। ପିତ୍ତଳ ଥାଳିରେ ଏହି ୫ ନେତାଙ୍କୁ ଖାଦ୍ୟ ପରସା ଯାଇଥିଲା। ଯେଉଁଥିରେ ମୁଖ୍ୟତଃ ଓଡ଼ିଆ ବ୍ୟଜନ ଥିବା ଦେଖିବାକୁ ମିଳିଛି। ଭାତ, ଡାଲି ସହ ପନିର, ବାଇଗଣ ଭଜା, ଆଳୁ ମଟର ମସଲା, ଟମାଟୋ ଚଟନୀ, ମିଠାରେ ଗୁଲାପ ଜାମୁନ୍, ରସଗୋଲା, ଛେଡ଼ା ପୋଡ଼, ରସ ମଲାଇ, ଦହି ବୁନ୍ଦି ସହ ପାମ୍ପଡ଼ ରହିଛି। ସେହିଭଳି ଆମିଷରେ ଓଡ଼ିଆ ମାଛ ବେଶର ବି ପ୍ରସ୍ତୁତ କରାଯାଇଛି। ଭିଭିଆଇପି ଅତିଥିଙ୍କୁ ଛାଡ଼ି ଅନ୍ୟ ୧୦୦ ଜଣଙ୍କ ପାଇଁ ମଧ୍ୟ ନବୀନ ନିବାସରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି। ଏହାଛଡ଼ା ମୋଟ୍ ୫୦ ପ୍ରକାର ଖାଦ୍ୟ ଭୁବନେଶ୍ୱରର ଏକ ତାରକା ହୋଟେଲ୍‌ରୁ ଅଣାଯାଇଥିଲା। ଆମିଷ ମେନ୍ୟୁରେ ରହିଛି ଚିକେନ, ମଟନ ଓ ଚିଙ୍ଗୁଡି।

Related story