ଓଏଏସ୍‌ ପରୀକ୍ଷାରେ ଚମକିଲେ ଚାନ୍ଦବାଲି ଝିଅ

ଚାନ୍ଦବାଲି(ବାସୁଦେବ ଦାସ): ପ୍ରକାଶ ପାଇଛି ଓଏଏସ୍‌ ପରୀକ୍ଷା ଫଳ। ଏଥିରେ ବିଭିନ୍ନ ବର୍ଗରୁ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୨୫ ନମ୍ବର ରାଙ୍କରେ ଅଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ କୁଲି ଗାଁର ସୁଚିସ୍ମିତା ଦାସ। ମାର୍ଚ୍ଚ ମାସରେ ହୋଇଥିବା ପ୍ରଲିମିନାରୀ ପରୀକ୍ଷାରେ ସେ ପାସ୍‌ କରିଥିବା ବେଳେ ଶୁକ୍ରବାର ପ୍ରକାଶିତ ଓଏଏସ୍‌ ରେଜଲ୍ଟରେ କୃତକାର୍ଯ୍ୟ ହୋଇଛନ୍ତି। ୨୫ ନମ୍ବର ରାଙ୍କରେ ଥିବା ସୁଚିସ୍ମିତା ଏବେ ଭୁବନେଶ୍ଵରରେ ଅନୁସୂଚିତ ଜନଜାତି କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ […]

Suchismita

Manoranjan Sial
  • Published: Saturday, 09 October 2021
  • , Updated: 09 October 2021, 03:59 PM IST

ଚାନ୍ଦବାଲି(ବାସୁଦେବ ଦାସ): ପ୍ରକାଶ ପାଇଛି ଓଏଏସ୍‌ ପରୀକ୍ଷା ଫଳ। ଏଥିରେ ବିଭିନ୍ନ ବର୍ଗରୁ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୨୫ ନମ୍ବର ରାଙ୍କରେ ଅଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ କୁଲି ଗାଁର ସୁଚିସ୍ମିତା ଦାସ। ମାର୍ଚ୍ଚ ମାସରେ ହୋଇଥିବା ପ୍ରଲିମିନାରୀ ପରୀକ୍ଷାରେ ସେ ପାସ୍‌ କରିଥିବା ବେଳେ ଶୁକ୍ରବାର ପ୍ରକାଶିତ ଓଏଏସ୍‌ ରେଜଲ୍ଟରେ କୃତକାର୍ଯ୍ୟ ହୋଇଛନ୍ତି।

୨୫ ନମ୍ବର ରାଙ୍କରେ ଥିବା ସୁଚିସ୍ମିତା ଏବେ ଭୁବନେଶ୍ଵରରେ ଅନୁସୂଚିତ ଜନଜାତି କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଏବେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ତାଙ୍କ ବାପା ହେଉଛନ୍ତି ଶଶିକାନ୍ତ ଦାସ ଓ ମା’ ସସ୍ମିତା ଦାସ। ଜଣେ ସାଧାରଣ ପରିବାରରୁ ଆସୁଥିବା ସୁଚିସ୍ମିତା ନିଜ ସଫଳତାର ଶ୍ରେୟ କଠିନ ପରିଶ୍ରମ ଓ ବାପା, ମାଆ ଭଲ ପାଇବା ଏବଂ ଗୁରୁଜନଙ୍କୁ ଦେଇଛନ୍ତି।

ସୁଚିସ୍ମିତା କହିଛନ୍ତି-“ଚାକିରି ଭିତରେ ପାଠ ପଢ଼ିବା କଷ୍ଟକର। ତଥାପି ଅଫିସରୁ ଆସି ପାଠ ପଢ଼ୁଥିଲି। ଏହାଛଡ଼ା ଶନିବାର ଓ ରବିବାର ଅଫିସ୍‌ ଛୁଟି ରହୁଥିବାରୁ ରୁମ୍‌ରେ ରହି ପାଠ ପଢ଼ୁଥିଲି। ଏଥିପାଇଁ ମୁଁ ବେଶ୍‌ ଖୁସି ଅଛି। ପରିଶ୍ରମର ଶ୍ରେୟ ବାପା, ମାଆ, ଗୁରୁଜନ ଓ ସାଙ୍ଗସାଥୀଙ୍କୁ ଦେବି।”

Related story