ବାଲୁକା କଳା ମାଧ୍ୟମରେ ସଚେତନ କରିବାକୁ ସୁଦର୍ଶନଙ୍କ ପ୍ରୟାସ

Ordigital Desk
  • Published: Friday, 04 May 2018
  • , Updated: 04 May 2018, 08:54 AM IST
<p>ପୁରୀ( ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ରାଜ୍ୟରେ କୁନିକୁନି ଝିଅମାନଙ୍କ ଉପରେ ଘଟୁଥିବା ପାଶବିକ ଅତ୍ୟାଚାର ରୋକିବା ଲାଗି ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଏହି ପ୍ରୟାସ କରିଛନ୍ତି। ଏଭଳି ଘଟଣା ଗୁଡ଼ିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଫଳରେ ପୀଡ଼ିତାମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। &nbsp;ଏହାକୁ ରୋକିବା ଓ ସମାଜରେ ସଚେତନତା ସୃଷ୍ଟି ପାଇଁ ସୁଦର୍ଶନ ପଟ୍ଟନାୟକ ବାଲୁକା&nbsp; କଳା ଜରିଆରେ ନିବେଦନ କରିଛନ୍ତି।</p> <p>କୁନି କୁନି ଝିଅ ଆମ ଝିଅ ଓ ଆମ ଭଉଣୀ। ଏମାନଙ୍କ ସୁରକ୍ଷା ଆମର ଦାୟିତ୍ୱ। ସମସ୍ତେ ଏକାଠି ହୋଇ ଏଭଳି ଅମାନୁଷିକ କାର୍ଯ୍ୟ କରୁଥିବା ରାକ୍ଷସମାନଙ୍କୁ ଦଣ୍ଡ ଦେବା ସହ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି ସେ କହିଛନ୍ତି।</p>

Related story