ଘରେ ଆପଣା ଛାଏଁ ଲାଗି ଯାଉଛି ନିଆଁ

କେନ୍ଦ୍ରାପଡା(ମନୋଜ ସ୍ୱାଇଁ): ଘରେ ଆପଣାଛାଏଁ ଲାଗି ଯାଉଛି ନିଆଁ। ଦେଖୁ ଦେଖୁ ଏହି ନିଆଁରେ ଘରେ ଥିବା ପିନ୍ଧା ପୋଷାକ, ଲୁଗାପଟା , ବିଛଣା ଓ ଆସବାବପତ୍ର ବି ଜଳି ଯାଉଛି। ଏପରିକି ଘରେ ଥିବା ଚାଉଳ ବସ୍ତା, ଠାକୁରଙ୍କ ଫଟୋ ସମେତ ଘର ଆଗରେ ଥିବା ଚଉଁରାରେ ମଧ୍ୟ ଆପେଆପେ ନିଆଁ ଲାଗି ଯାଉଛି । ଏପରି ଅସ୍ୱାଭାବିକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ନୂଆଗାଁର ପ୍ରସନ୍ନ ସ୍ୱାଇଁଙ୍କ ଘରେ ଘଟୁଛି। କିଏ ଏହାକୁ […]

fire

Niharika Rout
  • Published: Tuesday, 14 July 2020
  • , Updated: 14 July 2020, 03:43 PM IST

କେନ୍ଦ୍ରାପଡା(ମନୋଜ ସ୍ୱାଇଁ): ଘରେ ଆପଣାଛାଏଁ ଲାଗି ଯାଉଛି ନିଆଁ। ଦେଖୁ ଦେଖୁ ଏହି ନିଆଁରେ ଘରେ ଥିବା ପିନ୍ଧା ପୋଷାକ, ଲୁଗାପଟା , ବିଛଣା ଓ ଆସବାବପତ୍ର ବି ଜଳି ଯାଉଛି। ଏପରିକି ଘରେ ଥିବା ଚାଉଳ ବସ୍ତା, ଠାକୁରଙ୍କ ଫଟୋ ସମେତ ଘର ଆଗରେ ଥିବା ଚଉଁରାରେ ମଧ୍ୟ ଆପେଆପେ ନିଆଁ ଲାଗି ଯାଉଛି । ଏପରି ଅସ୍ୱାଭାବିକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ନୂଆଗାଁର ପ୍ରସନ୍ନ ସ୍ୱାଇଁଙ୍କ ଘରେ ଘଟୁଛି। କିଏ ଏହାକୁ ଭୌତିକ କାଣ୍ଡ କହୁଛି ତ କିଏ ଗୁଣିଗାରେଡି ସନ୍ଦେହ କରୁଛନ୍ତି। ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ପ୍ରସନ୍ନଙ୍କ ପରିବାର ଘରୁ ରୋଷେଇ ଗ୍ୟାସ ସିଲିଣ୍ଡର ବାହାର କରି ଦେଇଛନ୍ତି। ଘରର ଛୋଟ ପିଲାମାନଙ୍କୁ ପଡିଶାଘରେ ରହିବାକୁ ଛାଡ଼ି ଦେଇଛନ୍ତି। ଘରର ବଡ଼ ଲୋକମାନେ ରାତି ଦିନ ଘର ଭିତରେ ଜଗି ରହୁଛନ୍ତି । ନିଆଁ ଲାଗିଲେ ସଙ୍ଗେ  ସଙ୍ଗେ ପାଣି ପକାଇ ତାହାକୁ  ଲିଭାଉଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନ ନିକଟରେ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକମାନେ।

Related story