ଦୁର୍ଦ୍ଦିନକୁ ଠେଲି ହୋଇଯାଇଛି ଆଖୁ ଚାଷୀଙ୍କ ଭାଗ୍ୟ ଓ ଭବିଷ୍ୟତ

Ordigital Desk
  • Published: Thursday, 07 June 2018
  • , Updated: 07 June 2018, 10:10 PM IST
<p>ବଲାଙ୍ଗିର (ସସ୍ମିତା ସାହୁ): କାରଖାନା ଚାଲୁଥିଲା, ଉତ୍ପାଦନ ବି ହେଉଥିଲା। ଆଉ ଚାଷୀଙ୍କ ଭାଗ୍ୟ ବି ବଦଳିଯାଇଥିଲା। ହେଲେ ଆଜି ସେଦିନ ନାହିଁ। କାରଖାନା ବନ୍ଦ ହୋଇଯିବା ପରଠୁ ଉଜୁଡ଼ିବାକୁ ବସିଲାଣି ଚାଷୀଙ୍କ ଭାଗ୍ୟ ଓ ଭବିଷ୍ୟତ। ଦିନକୁ ଦିନ ଦୁର୍ଦ୍ଦିନକୁ ଠେଲି ହୋଇଯାଉଛନ୍ତି ଆଖୁଚାଷୀ। ନା ଆଖୁ ବିକ୍ରି ହେଉଛି ନା ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତ ଗୁଡ଼କୁ ମିଳୁଛି ଉପଯୁକ୍ତ ବଜାର ଦର। ଗତବର୍ଷ ଟିଣ ପିଛା ୧୧ଶହ ଟଙ୍କାରେ ବିକ୍ରି ହେଉଥିବା ଗୁଡ଼ ଏବର୍ଷ ୫ଶହ ଟଙ୍କାରେ ପହଞ୍ଚିଛି। ଲାଭ ତ ଦୂରର କଥା ମୂଳ ବି ବାହାରିପାରୁନି। ଆସନ୍ତୁ ଜାଣିବା ବଲାଙ୍ଗିର ଜିଲ୍ଲାର ଆଖୁ ଚାଷୀ କେମିତି ଅବସ୍ଥାରେ ଅଛନ୍ତି।</p> <p>ବଲାଙ୍ଗିର ସିକୁଆଁ ଗାଁର ଆଖୁ ଚାଷୀ ଆଶା ସାହୁ ଘର ଭିତରେ ଥାକ ମରା ହୋଇଛି ଶହ ଶହ ଗୁଡ଼ ଟିଣ। ଉପଯୁକ୍ତ ଦର ମିଳୁ ନଥିବାରୁ ବିକ୍ରି ହୋଇପାରୁନାହାଁନ୍ତି। ୨ ଏକର ଜମିରେ ଆଖୁ ଚାଷ କରିଥିଲେ ଆଶା। ଭଲ ଅମଳ ବି ହୋଇଥିଲା। ହେଲେ ଠିକ୍ ଦର ମିଳୁ ନଥିବାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଗାଁର ଅନ୍ୟ ଜଣେ ଚାଷୀ ଆଦି ପ୍ରଧାନ ମଧ୍ୟ ୨ ଏକର ଜମିରେ ଆଖୁ କରିଥିଲେ। ଅମଳ ପରେ ଗୁଡ ତିଆରି କଲେ। କିନ୍ତୁ ବିକ୍ରି ବେଳକୁ ଗରାଖ ନାହାଁନ୍ତି କି ଉପଯୁକ୍ତ ବଜାର ନାହିଁ। ଆଶ୍ଚର୍ଯ୍ୟର କଥା ହେଲା ଗତବର୍ଷ ଗୁଡ଼ ଟିଣ ପିଛା ୧୧ ଶହ ଟଙ୍କା ଥିବା ବେଳେ ଚଳିତବର୍ଷ ଖସି ଆସିଛି ୫ ଶହ ଟଙ୍କାକୁ। ଫଳରେ ହତାଶ ହୋଇପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲାର ଆଖୁଚାଷୀ।</p> <p>ବଲାଙ୍ଗିର ଦେଓଗାଁ ସାଗରପାଲିରେ ଥିବା ବିଜୟାନନ୍ଦ ଚିନି କଳ ବନ୍ଦ ହେବା ପରଠୁ ଏପରି ଦୁର୍ଦ୍ଦଶାରେ ପଡ଼ିଛନ୍ତି ବଲାଙ୍ଗିରର ଆଖୁଚାଷୀ। ସିଧାସଳଖ ଆଖୁ ବିକି ନପାରି ପାରମ୍ପରିକ ପଦ୍ଧତିରେ ଗୁଡ଼ ତିଆରି କରି ପେଟ ପୋଷୁଛନ୍ତି। ତେବେ ଅଭାବୀ ବିକ୍ରି ସମସ୍ୟା ଏମାନଙ୍କ ପାଇଁ କାଳ ହୋଇଛି। ନା ସରକାର, ନା ପ୍ରଶାସନ, ସେମାନଙ୍କ ସମସ୍ୟା ପ୍ରତି ସମସ୍ତେ ଆଖିବୁଜି ଦେଇଥିବା ଅଭିଯୋଗ କରିଛନ୍ତି।</p> <p>ଅନ୍ୟପକ୍ଷରେ ଚିନି କଳର ପୁନଃରୁଦ୍ଧାର ଲାଗି ଉଦ୍ୟମ କରାଯାଉଥିବା କୃଷି ଉପନିର୍ଦ୍ଦେଶକ &nbsp;ଶଅଧର ଦାସ କହିଛନ୍ତି।</p>

Related story