ପ୍ରେମିକ ନାଁରେ ଅଭିଯୋଗ କରିବା ପରେ ଥାନାରେ ନିଶା ବଟିକା ଖାଇଦେଲେ ଯୁବତୀ

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ପ୍ରେମିକ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବ୍ୟାଗ୍‌ରୁ କିଛି ନିଶା ବଟିକା କାଢ଼ି ଖାଇ ଦେଇଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା ଅଞ୍ଚଳର ଏହି ଯୁବତୀ ଜଣଙ୍କ ୪ ବର୍ଷ ହେଲା ପ୍ରେମ ସଂପର୍କରେ […]

ss1

Jitendra Garnayak
  • Published: Saturday, 07 December 2019
  • , Updated: 07 December 2019, 09:59 PM IST

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ପ୍ରେମିକ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବ୍ୟାଗ୍‌ରୁ କିଛି ନିଶା ବଟିକା କାଢ଼ି ଖାଇ ଦେଇଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଦେଖିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା ଅଞ୍ଚଳର ଏହି ଯୁବତୀ ଜଣଙ୍କ ୪ ବର୍ଷ ହେଲା ପ୍ରେମ ସଂପର୍କରେ ଥିଲେ। ଯୁବକ ଜଣଙ୍କ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ସମ୍ପର୍କ ସ୍ଥାପନ କରିଥିଲେ। ହେଲେ ପରେ ବାହା ହେବାକୁ ମନା କରି ଦେଇଥିଲେ। ତା’ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏହା ପରେ ଯୁବତୀ ଜଣଙ୍କ ଥାନାରେ ଆସି ଅଭିଯୋଗ କରିଥିଲେ। ଥାନାରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଯାଇଥିଲା। ଯୁବକ ଜଣଙ୍କ ତାଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ପୁଣି ପୂର୍ବ ଭଳି ଯୁବତୀ ଜଣଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏହା ପରେ ଯୁବତୀ ଜଣଙ୍କ ଆଜି କୁଚିଣ୍ଡା ଥାନାରେ ପହଞ୍ଚି ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ନିଜ ବ୍ୟାଗ୍‌ରୁ କିଛି ନିଶା ବଟିକା କାଢ଼ି ଖାଇ ଦେଇଥିଲେ। ଏହା ଦେଖି ପୁଲିସ୍ ତାଙ୍କୁ ତୁରନ୍ତ କୁଚିଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

Related story