ସୁକିନ୍ଦାରେ ନାବାଳକଙ୍କୁ ବଳି ଘଟଣା: ମୁଖ୍ୟ ଅଭିଯୁକ୍ତ ପୀତାମ୍ବର ବାବାଙ୍କୁ ଫାଶୀ ଦଣ୍ଡାଦେଶ

ଯାଜପୁର: ୨୦୧୦ରେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଘଟିଥିବା ନାବାଳକକୁ ବଳି ଦିଆଯିବା ଘଟଣାରେ ଆଜି ଜିଲ୍ଲା ଓ ଦୌରାଜଜ୍ ମୁଖ୍ୟ ଅଭିଯୁକ୍ତ ପୀତାମ୍ବର ଗଇପେଇକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ସୁକିନ୍ଦା ଥାନା ଇଚ୍ଛାପୁର ଗାଁ ନିକଟ ନାଳରୁ ୨୦୧୦ ଫେବଅୟାରୀ ୧୭ ତାରିଖରେ ୮ବର୍ଷର ନାବାଳକ ଶ୍ରୀକାନ୍ତ ବାଗଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ତଦନ୍ତରୁ ଶ୍ରୀକାନ୍ତଙ୍କୁ ବଳି ଦିଆଯାଇଥିବା ଜଣାପଡିଥିଲା । ୭ଦିନ ପୂର୍ବରୁ ଫେବୃୟାରୀ ୧୧ ତାରିଖରେ ଶ୍ରୀକାନ୍ତ ମାଆବାପାଙ୍କ […]

bali

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 01:52 PM IST

ଯାଜପୁର: ୨୦୧୦ରେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଘଟିଥିବା ନାବାଳକକୁ ବଳି ଦିଆଯିବା ଘଟଣାରେ ଆଜି ଜିଲ୍ଲା ଓ ଦୌରାଜଜ୍ ମୁଖ୍ୟ ଅଭିଯୁକ୍ତ ପୀତାମ୍ବର ଗଇପେଇକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ସୁକିନ୍ଦା ଥାନା ଇଚ୍ଛାପୁର ଗାଁ ନିକଟ ନାଳରୁ ୨୦୧୦ ଫେବଅୟାରୀ ୧୭ ତାରିଖରେ ୮ବର୍ଷର ନାବାଳକ ଶ୍ରୀକାନ୍ତ ବାଗଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ତଦନ୍ତରୁ ଶ୍ରୀକାନ୍ତଙ୍କୁ ବଳି ଦିଆଯାଇଥିବା ଜଣାପଡିଥିଲା । ୭ଦିନ ପୂର୍ବରୁ ଫେବୃୟାରୀ ୧୧ ତାରିଖରେ ଶ୍ରୀକାନ୍ତ ମାଆବାପାଙ୍କ ସହ ଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଏହି ଘଟଣାରେ ସୁକିନ୍ଦା ପୋଲିସ ଇଚ୍ଛାପୁର ନିକଟ ଦାମୋଦରପୁର ଗାଁରେ ମଠ କରିଥିବା ବାବା ପୀତାମ୍ବରକୁ ଗିରଫ କରିଥିଲା । ସେତେବେଳେ ଶ୍ରୀକାନ୍ତଙ୍କୁ ବଳି ପକାଇ ଥିବା ପୀତାମ୍ବର ପୋଲିସ ନିକଟରେ ସ୍ୱୀକାର କରିଥିଲା । ୨୨ଜଣ ସାକ୍ଷ୍ୟଙ୍କୁ ଶୁଣିବା ପରେ ଜିଲ୍ଲା ଓ ଦୌରାଜଜ ଅଭିଯୁକ୍ତ ପୀତାମ୍ବରକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ।

ଘଟଣାର ବିଚାର କରି ଯାଜପୁର ଜିଲ୍ଲା ଓ ଦୌରାଜଜ୍ ଏଡି ଐତିହାସିକ ରାୟ ଶୁଣାଇଛନ୍ତି। କୋର୍ଟ ମାମଲାଟିକୁ ବିରଳତମ ଘଟଣା ବୋଲି ଦର୍ଶାଇଛନ୍ତି। ୨୦୧୦ ଫେବୃୟାରୀ ୧୭ରେ ଇଚ୍ଛାପୁର ଗାଁର ଏକ ଧାନକ୍ଷେତରୁ ଶ୍ରୀକାନ୍ତର ମୁଣ୍ଡବିହୀନ ଦେହ ଓ ନିକଟରେ ଏକ କାଳୀସାଧନା ପୀଠରୁ ମୁଣ୍ଡ ପୋଲିସ ଉଦ୍ଧାର କରିଥିଲା । ଘଟଣାର ୭ ଦିନ ଆଗରୁ ଫେବୃୟାରୀ ୧୧ ତାରିଖ ଜାଗର ରାତିରେ, କାଳୀପୀଠରେ ନିଷ୍ପାପ ଶ୍ରୀକାନ୍ତକୁ ବଳି ପକାଯାଇଥିଲା । ଯାତ୍ରା ଦେଖିବାକୁ ଯାଇଥିଲା ବେଳେ ମାଆ ପାଖରୁ ହଜି ଯାଇଥିଲା ଶ୍ରୀକାନ୍ତ। ଚକୋଲେଟ ପ୍ରଲୋଭନ ଦେଖାଇ ପୀତାମ୍ବର ତନ୍ତ୍ର ପୀଠକୁ ନେଇ ସେଠାରେ ଶ୍ରୀକାନ୍ତକୁ ଜଘନ୍ୟ ଭାବେ ହତ୍ୟା କରିଥିଲା ପୀତାମ୍ୱର। ପୁଅର ହତ୍ୟାକାରୀକୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ଖବର ପାଇବା ପରେ ମୃତ ଶ୍ରୀକାନ୍ତଙ୍କ ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି । ସେପଟେ ଫ।ଶି ଦଣ୍ଡାଦେଶ ଖବରରେ ଭାଙ୍ଗି ପଡ଼ିଛନ୍ତି ପୀତାମ୍ୱରଙ୍କ ପରିବାର ଲୋକେ । ଅଭିଯୁକ୍ତ ପୀତାମ୍ବରଙ୍କ ମାଆ ଅର୍ଥାଭାବରୁ ଉପର କୋର୍ଟକୁ ଯିବା ସମ୍ଭବ ନୁହେଁ ବୋଲି କହିଛନ୍ତି।

ଆଇନ୍ ବିଶେଷଜ୍ଞଙ୍କ ମତରେ ଯାଜପୁର ଜିଲ୍ଲା ଦୌରାଜଜଙ୍କ ଫ।ଶୀ ଦଣ୍ଡ ଆଦେଶକୁ କାର୍ଯ୍ୟକାରୀ କରିବା ଲାଗି ହାଇକୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିଛି। ସିଆରପିସି ଧାରା ୩୬୬ ଅନୁଯାୟୀ ଫ।ଶୀ ଦଣ୍ଡାଦେଶ ଦେଇଥିବା ନିମ୍ନ ଅଦାଲତ ଦଣ୍ଡାଦେଶ କାଏମ ରଖିବାକୁ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥାନ୍ତି। ହାଇକୋର୍ଟରେ ଏ ସମ୍ପର୍କରେ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହା ଛଡ଼ା ଦଣ୍ଡ ପାଇଥିବା ଅଭିଯୁକ୍ତ ମଧ୍ୟ ତଳକୋର୍ଟଙ୍କ ଦଣ୍ଡ ବିରୋଧରେ ହାଇକୋର୍ଟରେ ଅପିଲ୍ କରିବାର ବ୍ୟବସ୍ଥା ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇପାରେ । ଏସବୁ ପରେ ବି ଯଦି ଫ।ଶୀ ଦଣ୍ଡାଦେଶ କାଏମ ରହେ ଅଭିଯୁକ୍ତ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିପାରିବେ।

Related story