ଲେଖାଶ୍ରୀ ବିଜେଡିରେ ମିଶିବାକୁ ନବୀନ ନିବାସ ଯାଇଥିଲେ, ଚାନ୍ସ ମିଳିଲାନି: ସୁଲତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମିତାରାଣୀ ମୃତ୍ୟୁ  ପ୍ରସଙ୍ଗରେ ବିଜେପି ନେତ୍ରୀ ଲେଖାଶ୍ରୀ ଆଣିଥିବା ସାଂଘାତିକ୍‌ ଅଭିଯୋଗ ଉପରେ ବିଜେଡି କାଉଣ୍ଟର ଆଟାକ୍‌ କରିଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଟାର୍ଗେଟ୍ କରି ବର୍ଷିଲେ ବିଜେଡି ମୁଖପାତ୍ର ସୁଲତା ଦେଓ। ସେ କହିଛନ୍ତି ଯେ, ସ୍ମିତାରାଣୀଙ୍କ ମୃତ୍ୟୁ ସମ୍ବେଦନଶୀଳ ପ୍ରସଙ୍ଗ। ଏଥିରେ ବିଜେପି ରାଜନୀତି କରୁଛି । ୨୦୧୪ରେ ଚାକିରି ଛାଡ଼ି ଲେଖାଶ୍ରୀ ବିଜେଡିରେ ମିଶିବାକୁ ନବୀନ ନିବାସ ଯାଇଥିଲେ। ବିଜେଡିରେ ସ୍ଥାନ ମିଳିଲା ନାହିଁ। ତେଣୁ ଲେଖାଶ୍ରୀ […]

8

Tapas Behera
  • Published: Wednesday, 18 December 2019
  • , Updated: 18 December 2019, 10:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମିତାରାଣୀ ମୃତ୍ୟୁ  ପ୍ରସଙ୍ଗରେ ବିଜେପି ନେତ୍ରୀ ଲେଖାଶ୍ରୀ ଆଣିଥିବା ସାଂଘାତିକ୍‌ ଅଭିଯୋଗ ଉପରେ ବିଜେଡି କାଉଣ୍ଟର ଆଟାକ୍‌ କରିଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଟାର୍ଗେଟ୍ କରି ବର୍ଷିଲେ ବିଜେଡି ମୁଖପାତ୍ର ସୁଲତା ଦେଓ। ସେ କହିଛନ୍ତି ଯେ, ସ୍ମିତାରାଣୀଙ୍କ ମୃତ୍ୟୁ ସମ୍ବେଦନଶୀଳ ପ୍ରସଙ୍ଗ। ଏଥିରେ ବିଜେପି ରାଜନୀତି କରୁଛି । ୨୦୧୪ରେ ଚାକିରି ଛାଡ଼ି ଲେଖାଶ୍ରୀ ବିଜେଡିରେ ମିଶିବାକୁ ନବୀନ ନିବାସ ଯାଇଥିଲେ। ବିଜେଡିରେ ସ୍ଥାନ ମିଳିଲା ନାହିଁ। ତେଣୁ ଲେଖାଶ୍ରୀ ବିଜେପିରେ ମିଶିଲେ। ବିଜେପିରେ ଲେଖାଶ୍ରୀଙ୍କ ସ୍ଥିତି ଭଲ ନାହିଁ। ଆଉ ସେ  ଆଈମା କାହାଣୀ କହୁଛନ୍ତି ବୋଲି ସୁଲତା କହିଛନ୍ତି।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପୁଣିଥରେ ସାମ୍ବାଦିକ ସମ୍ମିଳନୀ କରିଥିଲେ।  ପୁଲିସ, ପ୍ରଶାସନିକ ଅଧିକାରୀ ଓ ବିଜେଡି ନେତାଙ୍କ ଉପରେ ବର୍ଷିବା ସହ ରାମକୋ ସିମେଣ୍ଟ କାରଖାନାକୁ ସରକାର ୧୫୨ ଏକର ଜମି ଦେଇଥିଲେ ବୋଲି ଲେଖାଶ୍ରୀ କହିଛନ୍ତି। ଏହା ବାଦ୍ କମ୍ପାନୀ ସେଠାରେ ଶହ ଶହ ଏକର ଜମି ଜବରଦଖଲ କରିଛି । ଜବରଦଖଲ ବେଳେ ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ କରୁଥିଲେ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଯାହାର ପରିଣାମ ସ୍ୱରୁପ ସ୍ମିତାରାଣୀ ଏହି ଚକ୍ରବ୍ୟୂହର ଶିକାର ହେଲେ। ଏହି ଜମି ହାତେଇବାକୁ ତାଙ୍କ ଉପରେ ଚାପ ପଡୁଥିଲା, ଯାହାକୁ ସ୍ମିତାରାଣୀ ବିରୋଧ କରୁଥିଲେ। ଗ୍ରାମସଭା ନକରି ରାମକୋକୁ ଜମି ଦିଆଗଲା । କିନ୍ତୁ ସେଠାରେ ଥିବା ଅନ୍ୟ ସିମେଣ୍ଟ କମ୍ପାନୀ ପାଇଁ ଗ୍ରାମସଭା କରାଗଲା । ଏହା ସହ ଆବାସ ଯୋଜନାରେ ମଧ୍ୟ ଦୁର୍ନୀତି କରିବାକୁ ତାଙ୍କ ଉପରେ ଚାପ ପକାଯାଉଥିଲା ବୋଲି ଲେଖାଶ୍ରୀ ଅଭିଯୋଗ କରିଥିଲେ।

Related story