ସମ୍ ଅଗ୍ନିକାଣ୍ଡକୁ ପୂରିଲା ୨ ମାସ, ମୃତକଙ୍କ ପରିବାର ପାଇଲେନି ସହାୟତା ରାଶି

ଭୁବନେଶ୍ୱର ସମ୍ ହସ୍‌ପିଟାଲ୍‌ ଅଗ୍ନିକାଣ୍ଡକୁ ଆଜି ଦୁଇ ମାସ ପୂରିଛି। ଏଥିରେ ୩୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାର ଆର୍‌ଡିସି ସ୍ତରୀୟ ତଦନ୍ତ ଚାଲିଛି। କିନ୍ତୁ ମୃତକଙ୍କ ପରିବାରକୁ ଘୋଷଣା ମୁତାବକ ସହାୟତା ରାଶି ମିଳିନାହିଁ। ଅକ୍ଟୋବର ୧୭ ତାରିଖରେ ସମ୍ ହସ୍‌ପିଟାଲ୍‌ରେ ନିଆଁ ଲାଗିବା ପରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ସେହିଭଳି ରାଜ୍ୟ ସରକାର ୫ ଲକ୍ଷ ଓ କେନ୍ଦ୍ର ସରକାର ୨ ଲକ୍ଷ […]

sum6

Rakesh Mallick
  • Published: Saturday, 17 December 2016
  • , Updated: 17 December 2016, 03:57 PM IST

ଭୁବନେଶ୍ୱର ସମ୍ ହସ୍‌ପିଟାଲ୍‌ ଅଗ୍ନିକାଣ୍ଡକୁ ଆଜି ଦୁଇ ମାସ ପୂରିଛି। ଏଥିରେ ୩୦ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାର ଆର୍‌ଡିସି ସ୍ତରୀୟ ତଦନ୍ତ ଚାଲିଛି। କିନ୍ତୁ ମୃତକଙ୍କ ପରିବାରକୁ ଘୋଷଣା ମୁତାବକ ସହାୟତା ରାଶି ମିଳିନାହିଁ।

ଅକ୍ଟୋବର ୧୭ ତାରିଖରେ ସମ୍ ହସ୍‌ପିଟାଲ୍‌ରେ ନିଆଁ ଲାଗିବା ପରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ସେହିଭଳି ରାଜ୍ୟ ସରକାର ୫ ଲକ୍ଷ ଓ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ତେବେ ଅଗ୍ନିକାଣ୍ଡ ଘଟଣାର ୨ ମାସ ପରେ ବି ମୃତକଙ୍କ ପରିବାର ସହାୟତା ରାଶି ପାଇନାହାନ୍ତି।

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଏହି ଭୟଙ୍କର ଅଗ୍ନିକାଣ୍ଡରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ପୋଲିସ୍ ସମ୍ ମାଲିକ ମନୋଜ ନାୟକଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଜାମିନ୍ ମିଳିଥିଲା। ଅଗ୍ନିକାଣ୍ଡ ଘଟଣା ପରେ ବିବାଦକୁ ଆସିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ। ସବୁ ଆଡୁ ଚାପ ପଡ଼ିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ।

Related story