ସମ୍‌ ଅଗ୍ନିକାଣ୍ଡ ଘଟଣା: ସାକ୍ଷ୍ୟ ଗ୍ରହଣ ପାଇଁ ଆରଡିସିଙ୍କ ନୋଟିସ୍‌

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ସାକ୍ଷ୍ୟ ଗ୍ରହଣ ପୁଣି ଆରମ୍ଭ ହେବ। ଡିସେମ୍ୱର ୩ ତାରିଖରେ ଯେଉଁମାନେ ସାକ୍ଷୀ ଦେଇ ନ ଥିଲେ ସେମାନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ନୋଟିସ୍‌ କରିଛନ୍ତି। ଆସନ୍ତା ୨୬ ଓ ୨୯ ତାରିଖରେ ସେମାନେ ହାଜର ହୋଇ ସାକ୍ଷୀ ଦେବେ।

ଏଥର ସମ୍‌ ହସ୍ପିଟାଲର କେତେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ହାଜର ହେବାକୁ ନୋଟିସ୍‌ କରାଯାଇଛି। ଏହାଛଡ଼ା ବିଡିଏ ଅଧିକାରୀଙ୍କଠାରୁ ମଧ୍ୟ ସାକ୍ଷ୍ୟ ଗ୍ରହଣ କରାଯିବ। ସେମାନଙ୍କୁ ପୂର୍ବରୁ ମଗାଯାଇଥିବା କାଗଜପତ୍ର ଦାଖଲ କରିବାକୁ ଆର୍‌ଡିସି ନୋଟିସ୍‌ ଜାରି କରିଛନ୍ତି।