ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଗଲେ ଡାକ୍ତର ସୁମିତ ସାହୁ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଘନେଇବାରେ ଲାଗିଛି। ଉଭୟଙ୍କୁ ଏକାଠି ରହିବା ପାଇଁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରିଛନ୍ତି ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି। ଗତ ୧୩ ତାରିଖରେ ତପସ୍ୱିନୀ ଦାଖଲ କରିଥିବା ପିଟିସନ ଉପରେ ହେବାକୁ ଥିବା ଶୁଣାଣି […]

Sumit

Manoranjan Sial
  • Published: Friday, 17 December 2021
  • , Updated: 17 December 2021, 10:53 PM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଘନେଇବାରେ ଲାଗିଛି। ଉଭୟଙ୍କୁ ଏକାଠି ରହିବା ପାଇଁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରିଛନ୍ତି ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି।

ଗତ ୧୩ ତାରିଖରେ ତପସ୍ୱିନୀ ଦାଖଲ କରିଥିବା ପିଟିସନ ଉପରେ ହେବାକୁ ଥିବା ଶୁଣାଣି ଆଜି ହୋଇପାରିନାହିଁ। SDJM କୋର୍ଟରେ ଅନ୍ୟ ଏକ ପିଟିସନ ଦାଖଲ କରିବା ସହ ତପସ୍ୱିନୀ ଦର୍ଶାଇଛନ୍ତି ଯେ, ସେ ଆସିକା ଗେଷ୍ଟହାଉସ ଛାଡ଼ିସାରିଛନ୍ତି। ଏବେ ସେ କେଉଁଠି ରହିବେ? ତେଣୁ ତାଙ୍କୁ ସୁମିତଙ୍କ ଘରେ ରହିବାକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି।

ସେପଟେ ତପସ୍ୱିନୀ କହିଛନ୍ତି, “ମାନ୍ୟବର ବିଚାରପତିଙ୍କ ଯାହା ରାୟ ଦେବେ, ତାକୁ ସାଦରେ ଗ୍ରହଣ କରିବି। ଜଣେ ବିବାହିତା ନାରୀ ତା’ ବାପ ଘରେ କେତେଦିନ ରହିପାରିବ? ସିଏ ତା’ ବାପ ଘରେ କୁଣିଆ। ବାପ ଘରକୁ ଯିବାର ଚାନ୍ସ ଉଠୁନି। ଯେତେଦିନ ଯାଏ ବଞ୍ଚିଛି, ଶାଶୂଘରକୁ ଯିବା ପାଇଁ ଚେଷ୍ଟା କରିବି। ଏ ଲଢ଼େଇ ଜାରି ରହିଥିବ, ଯେତେ ପର୍ଯ୍ୟନ୍ତ ମୋତେ ନ୍ୟାୟ ନମିଳିଥିବ।”

Related story