ସୂର୍ଯ୍ୟକୁ ଚନ୍ଦ୍ର ଢାଙ୍କିବା ଆଗରୁ ଢାଙ୍କି ଦେଲା ମେଘ

ଭୁବନେଶ୍ୱକକୁ(ଓଡ଼ିଶା ରିପୋର୍ଟର) :ସୂର୍ଯ୍ୟକୁ ଚନ୍ଦ୍ର ଢାଙ୍କିବା ଆଗରୁ ଢାଙ୍କିଦେଲା ମେଘ । ତେଣୁ ବିରଳ ସୂର୍ଯ୍ୟ ପରାଗ ପାଇଁ ଆଜିର ପୂର୍ବାହ୍ନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି।  ଓଡ଼ିଶାରେ ଆକଳନ ଅନୁସାରେ, ସକାଳ ୮ଟା ୧୯ରେ ଉପରାଗ ଆରମ୍ଭ ହୋଇଥିବା ବେଳେ, ୧୧ଟା ୨୯ରେ ଶେଷ ହୋଇଥିଲା। ବର୍ଷର ଶେଷ ସୂର୍ଯ୍ୟପରାଗ ଦୃଷ୍ଟିଗୋଚର ହୋଇଥିଲେ ବି, ବହୁ ସ୍ଥାନରେ ଧୋକା ଦେଇଛି କୋହଲା ପାଗ।  ଅନେକଙ୍କୁ ବଞ୍ଚିତ ହେବାକୁ ପଡ଼ିଛି ଏହି […]

b-908

Tapas Behera
  • Published: Thursday, 26 December 2019
  • , Updated: 26 December 2019, 08:37 PM IST

ଭୁବନେଶ୍ୱକକୁ(ଓଡ଼ିଶା ରିପୋର୍ଟର) :ସୂର୍ଯ୍ୟକୁ ଚନ୍ଦ୍ର ଢାଙ୍କିବା ଆଗରୁ ଢାଙ୍କିଦେଲା ମେଘ । ତେଣୁ ବିରଳ ସୂର୍ଯ୍ୟ ପରାଗ ପାଇଁ ଆଜିର ପୂର୍ବାହ୍ନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି।  ଓଡ଼ିଶାରେ ଆକଳନ ଅନୁସାରେ, ସକାଳ ୮ଟା ୧୯ରେ ଉପରାଗ ଆରମ୍ଭ ହୋଇଥିବା ବେଳେ, ୧୧ଟା ୨୯ରେ ଶେଷ ହୋଇଥିଲା।

ବର୍ଷର ଶେଷ ସୂର୍ଯ୍ୟପରାଗ ଦୃଷ୍ଟିଗୋଚର ହୋଇଥିଲେ ବି, ବହୁ ସ୍ଥାନରେ ଧୋକା ଦେଇଛି କୋହଲା ପାଗ।  ଅନେକଙ୍କୁ ବଞ୍ଚିତ ହେବାକୁ ପଡ଼ିଛି ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାରୁ।

ଭୁବନେଶ୍ୱର ଓ ସମ୍ବଲପୁର ପ୍ଲାନେଟାରିୟମ୍ ସହିତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ସକାଳୁ ସକାଳୁ ଛାତ୍ରଛାତ୍ରୀ ଓ ବିଜ୍ଞାନ ଜିଜ୍ଞାସୁ ଏକାଠି ହୋଇଥିଲେ ବି ଏହାକୁ ସେତେଟା ଭଲଭାବେ ଦେଖିପାରିନଥିଲେ । ଖାଲି ଓଡ଼ିଶା କାହିଁକି, କେରଳ କୋଝିକୋଡ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆକାଶରେ ସୂର୍ଯ୍ୟୋ ପରାଗ ଦେଖି ନପାରି, ଟିଭି ସ୍କ୍ରିନ୍‌ର ସାହାରା ନେଇଥିଲେ। ସେପଟେ ମୁମ୍ବାଇରେ  ବିମାନରେ ଉଡ଼ିଉଡ଼ି ପରାଗର ଦୃଶ୍ୟ ଉପଭୋଗ କରିଥିଲେ କିଛି ବ୍ୟକ୍ତି।

Related story