ସୁନ୍ଦରଗଡ: ବଣାଇ ବଡ଼କୁଦ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ପ୍ରଥମେ ବିଷ ଦିଆଯାଇ ଓ ପରେ ଗୁଳି କରି ହାତୀକୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ବନବିଭାଗ ହାତୀଦାନ୍ତର ମୃତଦେହ ଜବତ କରିଛି । ଏହାସହ ହାତୀ ହତ୍ୟାରେ ବ୍ୟବହୃତ ବିଷ ଲାଗି ଥିବା ତୀର ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରୁ ଜବତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ମୃତ ୩ଦିନ ହେବ ହାତୀକୁ ହତୀକୁ ହତ୍ୟା କରାଯାଇଛି । ତେବେ ଶିକାରୀମାନେ ହାତୀର ଦାନ୍ତ ନେଇ ପାରିନାହାନ୍ତି । ବନ ବିଭାଗ ପକ୍ଷରୁ ମୃତ ହାତୀର ଦାନ୍ତ କଢାଯାଇ ରଖାଯାଇଛି । ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।