ସୁନ୍ଦରଗଡ, ଝାରସୁଗୁଡାରେ ସୁଧୁରୁଛି ବନ୍ୟା ପରିସ୍ଥିତି

ସୁନ୍ଦରଗଡ/ଝାରସୁଗୁଡା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଝାରସୁଗୁଡା ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ସୁଧୁରିବାରେ ଲାଗିଛି। ଇବ୍ ନଦୀରେ ବନ୍ୟା ପାଣି ମାଡ଼ି ଆସି ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଗାଁରେ ପଶିଥିଲା । ବର୍ତ୍ତମାନ ଜଳସ୍ତର କମିଥିବାରେ ଲାଗିଛି । ବନ୍ୟାଜଳ ମାଡ଼ିଯିବା ଯୋଗୁଁ ୱାର୍ଡ ନମ୍ୱର ୧, ୨, ୩ ଓ ୭ ଅଧିକ ପ୍ରଭାବିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ  ପ୍ରଭାବିତ ଅଞ୍ଚଳର ୩୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ୫ଟି […]

sundargarh

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 08:48 AM IST

ସୁନ୍ଦରଗଡ/ଝାରସୁଗୁଡା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଝାରସୁଗୁଡା ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ସୁଧୁରିବାରେ ଲାଗିଛି। ଇବ୍ ନଦୀରେ ବନ୍ୟା ପାଣି ମାଡ଼ି ଆସି ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଗାଁରେ ପଶିଥିଲା । ବର୍ତ୍ତମାନ ଜଳସ୍ତର କମିଥିବାରେ ଲାଗିଛି । ବନ୍ୟାଜଳ ମାଡ଼ିଯିବା ଯୋଗୁଁ ୱାର୍ଡ ନମ୍ୱର ୧, ୨, ୩ ଓ ୭ ଅଧିକ ପ୍ରଭାବିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ  ପ୍ରଭାବିତ ଅଞ୍ଚଳର ୩୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ୫ଟି ରିଲିଫ ଶିବିରରେ ରଖାଯାଇଛି। ସେପଟେ ପିଏଚଡି ପମ୍ପ ହାଉସ୍ ଏବଂ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପାଣି ପଶି ଯାଇଥିବାରୁ ସହରକୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପମ୍ପଗୁଡ଼ିକ କାର୍ଯ୍ୟକ୍ଷମ ହୋଇଗଲେ ଆଜି ରାତି ସୁଦ୍ଧା ଜଳ ଯୋଗାଣ ସ୍ୱାଭବିକ ହୋଇପାରିବ ବୋଲି ଏସଡିଓ କହିଛନ୍ତି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତୀ ୱାର୍ଡରେ ଜମିଥିବା ବର୍ଷା ପାଣି ଅପସାରିତ ହୋଇଛି। ବଡ଼ଗାଁ ନିକଟ ଟିମନା ଗାଁରେ ବର୍ଷାପାଣିରେ ବୁଡ଼ି ମହେଶ୍ୱର ଟପ୍ପୋ ଓ ତୁଲସା କିଷାନ ନାମକ ଦୁଇଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଇବ୍ ନଦୀରେ ବନ୍ୟା ପାଣି ଆସି ଯିବାରୁ ଜୀବନ ଯାତ୍ରାକୁ ପ୍ରଭାବିତ ହୋଇଥିଲା । ବିଶେଷ କରି ବ୍ରଜରାଜଗର ଅଞ୍ଚଳର ଗଣ୍ଡଘୋରା, ଇଟାଭଟ, ସାହୁପଡ଼ା ଓ ଝାରସୁଗୁଡ଼ା ବ୍ଲକ ତାଲପଟିଆ ଗାଁରେ ବନ୍ୟାପାଣି ପଶିଥିଲା । ତାଲପଟିଆ, ଗଣ୍ଡଘୋରା ଓ ଇଟାଭଟରେ ୩ଟି ରିଲଫ ଶିବିରରେ ୨୫୫ ଲୋକଙ୍କୁ ଥଇଥାନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭାବିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଏଡିଏମ୍ଓଙ୍କ ସମେତ ଏକ ଡାକ୍ତରୀ ଦଳ ଗଣ୍ଡଘୋରା ଓ ଇଟାଭଟ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଜିଲ୍ଲାର ଫୁଲିଥିବା ଭେଡେନ୍, ତେଲ୍ ଓ ବସୁନ୍ଧରା ନଦୀ ସ୍ତରରେ ବର୍ତ୍ତମାନ ସୁଧାର ଆସିଛି।

Related story