ନିଜ ଜାଲରେ ନିଜେ ପଡ଼ିଲେ ଅପହୃତ, ହନୁମାନ ପଇସା ପାଇଁ ଡିଲ୍‌ କରି ଜେଲ୍‌ ଗଲେ

ସୁନ୍ଦରଗଡ଼ (ବିଜୟ ବରୁଆ): ହନୁମାନ ପାଇସା ପାଇଁ ହୋଇଥିଲା ଡିଲ୍‌। ଏପରିକି ଟଙ୍କା ମଧ୍ୟ ନେଇଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଠକି ଦେବାକୁ ଉଦ୍ୟମ କରି ଅପହୃତ ହେଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ ଜାଲ୍‌ରେ ନିଜେ ଅପହୃତ ପଡ଼ିଗଲେ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଟାଉନ୍‌ ଥାନା ପୁଲିସ ଅପହୃତ ଓ ଅପହରଣକାରୀଙ୍କୁ ମିଶାଇ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଥାଉନ୍‌ ଥାନା ଅଞ୍ଚଳର ବଣ୍ଟି […]

sagarika

Manoranjan Sial
  • Published: Wednesday, 16 September 2020
  • , Updated: 16 September 2020, 06:34 PM IST

ସୁନ୍ଦରଗଡ଼ (ବିଜୟ ବରୁଆ): ହନୁମାନ ପାଇସା ପାଇଁ ହୋଇଥିଲା ଡିଲ୍‌। ଏପରିକି ଟଙ୍କା ମଧ୍ୟ ନେଇଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଠକି ଦେବାକୁ ଉଦ୍ୟମ କରି ଅପହୃତ ହେଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ ଜାଲ୍‌ରେ ନିଜେ ଅପହୃତ ପଡ଼ିଗଲେ। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଟାଉନ୍‌ ଥାନା ପୁଲିସ ଅପହୃତ ଓ ଅପହରଣକାରୀଙ୍କୁ ମିଶାଇ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଥାଉନ୍‌ ଥାନା ଅଞ୍ଚଳର ବଣ୍ଟି ସାହୁ, ମାଧବ ମିଞ୍ଜ, ସୋନି ଓ ଶିବ ହନୁମାନ ପଇସା ଦେବା ପାଇଁ ଡିଲ୍‌ କରିଥିଲେ। ଏଥିପାଇଁ ଅଗ୍ରୀମ ୩ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ। ମାତ୍ର ସେମାନେ ନିର୍ଦ୍ଧାରିତ ସମୟ ଭିତରେ ହନୁମାନ ପଇସା ଦେଇପାରିଲେ ନାହିଁ। ସେଥିପାଇଁ ଡିଲ୍‌ କରିଥିବା ବ୍ୟକ୍ତିମାନେ ଟଙ୍କା ଫେରାଇବାକୁ କହିଥିଲେ। ମାତ୍ର ଏମାନେ ଟଙ୍କା ନଫେରାଇ ଚୁପ୍‌ ବସିଥିଲେ।

ଗତ ୧୪ ତାରିଖ ସନ୍ଧ୍ୟ ବେଳେ ମାଧବ ମିଞ୍ଜ କିରେଇ ଛକରେ ସାଙ୍ଗମାନଙ୍କ ସହ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ଗୋଟିଏ କାର୍‌ ଆସି ସେମାନଙ୍କ ଆଗରେ ଅଟକିଲା। କାର୍‌ ଭିତରୁ ୫ ଜଣ ଯୁବକ ବାହାରି ମାଧବଙ୍କୁ ସାଥୀରେ ନେଇ ଯାଇଥିଲେ। ଏନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏପରିକି ସାଇବାର ସେଲ୍‌ର ସହାୟତା ନିଆଯାଇଥିଲା। ଶେଷରେ ଅପହରଣକାରୀମାନେ ପୁଲିସ ଜାଲରେ ପଡ଼ିଥିଲେ।

ପୁଲିସ ମାଧବଙ୍କୁ ଲେଫ୍ରିପଡ଼ା ଥାନା ଅଞ୍ଚଳରୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଶ୍ରବଣ କୁମାର ପାତ୍ର, ରାକେଶ ଶର୍ମା, ସୁରେଶ ରାଉତ, ଲିଙ୍ଗରାଜ ସୁହୁଡା, ଅଗସ୍ତି ମିଶ୍ର, ଦେବ ବଡ଼ଭୂୟାଁ ଓ ତପନ କୁମାର ବାଗଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା ପରେ ପୂରା ଘଟଣା ପଦାକୁ ଆସିଥିଲା। ମାଧବ ଓ ତାଙ୍କର ୩ ସାଙ୍ଗ ହନୁମାନ ପଇସା ଦେବା ପାଇଁ ନଗଦ ୩ ଲକ୍ଷ ଟଙ୍କା ନେଇଥିବା ଅପହରଣକାରୀମାନେ ସ୍ୱୀକାର କରିଥିଲେ। ଏହା ପରେ ପୁଲିସ ମାଧବ, ବଣ୍ଟି ସାହୁ ଓ ସୋନିଙ୍କୁ ଗିରଫ କରିଥିଲା। ପୁଲିସ ସେମାନଙ୍କଠାରୁ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି।

ଅନ୍ୟପକ୍ଷରେ ଅପହରଣକାରୀଙ୍କଠାରୁ ପୁଲିସ ଗୋଟିଲ କାର୍‌, ଗୋଟିଏ ବାଇକ୍‌ ଓ ୩ଟି ମୋବାଇଲ୍‌ ଜବତ କରିଛି। କେତେଦିନ ଧରି ଏହି କାରବାର ଚାଲିଥିଲା ଓ ଆଉ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି, ପୁଲିସ ତାହା ଉପରେ ତଦନ୍ତ କରୁଛି। ଏନେଇ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।

Related story