Advertisment

ଶଯ୍ୟାଶାୟୀ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ କୋଭିଡ୍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ଟିକା ଦିଆଯିବ। ଏଥିପାଇଁ ମଙ୍ଗଳବାର ଦିନ ‘ସଞ୍ଜୀବନୀ ରଥ’ର ଶୁଭାରମ୍ଭ କରାଯାଇଛି। ଆରଜିଏଚ୍ ପରିସରରେ ଏହି ରଥକୁ ସ୍ଥାନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ। […]

ଶଯ୍ୟାଶାୟୀ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା

jj

Advertisment

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ କୋଭିଡ୍ ଟିକାଦାନ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଯେଉଁ ବ୍ୟକ୍ତିମାନେ ଶଯ୍ୟାଶାୟୀ ଅଛନ୍ତି କିମ୍ବା ଭିନ୍ନକ୍ଷମ ତଥା ଅତ୍ୟନ୍ତ ବାର୍ଦ୍ଧକ୍ୟ କାରଣରୁ ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ଟିକା ଦିଆଯିବ। ଏଥିପାଇଁ ମଙ୍ଗଳବାର ଦିନ ‘ସଞ୍ଜୀବନୀ ରଥ’ର ଶୁଭାରମ୍ଭ କରାଯାଇଛି।

Advertisment

ଆରଜିଏଚ୍ ପରିସରରେ ଏହି ରଥକୁ ସ୍ଥାନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ ଏବଂ  ଆରଜିଏଚ୍ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

କୋଭିଡ୍ କ୍ଷେତ୍ରରେ ସଞ୍ଜୀବନୀ ରଥ ଗୋଟିଏ ମାଇଲ ଷ୍ଟୋନ ବୋଲି କହିଲେ ଭୁଲ୍ ହେବ ନାହିଁ। ଏଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମକୁ ଧନ୍ୟବାଦ ଜଣାଉଛି। ଏହି ପଦକ୍ଷେପ ଏବେ ସହରର ଶଯ୍ୟାଶାୟୀ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଭାଇ ଭଉଣୀଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି କହିଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ।

Advertisment

ଏହି ସେବା ପାଇବା ପାଇଁ ଦିନ ୧୦ଟାରୁ ଅପରାହ୍ଣ ୪ଟା ଭିତରେ ୦୬୬୧-୨୫୧୦୦୩୬ ନମ୍ବରରେ ହିତାଧିକାରୀ ବା ତାଙ୍କ ପରିବାର ଲୋକେ କଲ୍ କରିପାରିବେ। ସେମାନେ ଏହା ପୂର୍ବରୁ ଟିକାକରଣ ପାଇଁ ପଞ୍ଜିକରଣ କରିଥିବା ଦରକାର। ଲୋକଙ୍କଠାରୁ କଲ୍ ପାଇବା ପରେ ରାଉରକେଲା ମହାନଗର ନିଗମର ଟେଲି ମେଡିସିନ ଟିମ୍ ତାହାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ କେଉଁଦିନ ଟିକା ଦିଆଯିବ ତାର ବ୍ୟବସ୍ଥା କରିବେ। ଟିକାଦାନ ପୂର୍ବରୁ ହିତାଧିକାରୀ ବା ତାଙ୍କ ପରିବାରକୁ ଏ ସମ୍ପର୍କରେ ଜଣାଇ ଦିଆଯିବ।

କୋଭିଡ୍ ନିୟନ୍ତ୍ରଣ ପାଇଁ ଏକ ବଡ଼ ପଦକ୍ଷେପ ହେଉଛି ଟିକାକରଣ। ତେଣୁ ଯେଉଁ ବ୍ୟକ୍ତିମାନେ ଶାରୀରିକ ସମସ୍ୟା ପାଇଁ ଟିକାଦାନ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ପହଞ୍ଚି ଟିକା ଦେବା ଲାଗି ପ୍ରଶାସନ ଏହି ବ୍ୟବସ୍ଥା କରିଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ତଥା ଆଗକୁ ଯେତିକି ଯେତିକି ଟିକା ଆସୁଥିବ ସେହି ଅନୁଯାୟୀ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ଗତ ବର୍ଷ ସଞ୍ଜୀବନୀ ରଥ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେଇଥିଲା। ଏବର୍ଷ ଟିକାକରଣ ବେଳେ ଯେଉଁ ବରିଷ୍ଠ ନାଗରିକମାନେ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରେ ପହଞ୍ଚି ଟିକା ଦେବାର ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗମାନେ ମଧ୍ୟ ଏହି ସୁବିଧା ପାଇ ପାରିବେ ବୋଲି ରାଉରକେଲା ଏଡିଏମ୍ ଆବୋଲି ସୁନିଲ ନରୱଣେ କହିଛନ୍ତି।

ସଞ୍ଜିବନୀ ରଥ’ ଘରକୁ ଘର ବୁଲି ଟିକାଦାନ କରିବ। ଏଥିରେ ଜଣେ ଫାର୍ମାସିଷ୍ଟ ଏବଂ ଜଣେ ଏନଏମ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି। କୋଭିଡର ପ୍ରଥମ ଲହରୀ ବେଳେ ମଧ୍ୟ ରାଉରକେଲାରେ ସଞ୍ଜୀବନୀ ରଥ ଗଡ଼ିଥିଲା। ସେତେବେଳେ ୫ ହଜାରରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ ସେବା ପହଞ୍ଚାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe