Advertisment

ଜୈବିକ ଚାଷ କରୁଛନ୍ତି ଜାତୀୟ ସ୍ତରର କବାଡ଼ି ଖେଳାଳି

ରାଉରକେଲା (ପୱନ ତିୱାରୀ): ଦୁଇ ସାଙ୍ଗ। ଆଉ ଦୁଇ ଜଣ ଯାକ ଜାତୀୟ ସ୍ତରର କବାଡ଼ି ଖେଳାଳି। ହେଲେ ଦୁଇଙ୍କ ଭିତରେ ଗୋଟିଏ ସାମଞ୍ଜସ୍ୟ ହେଉଛି, ଏମାନେ ଚାକିରି କରିବା ସହ ଚାଷକୁ ମଧ୍ୟ ଆପଣାଇଛନ୍ତି। ଆମେ କହୁଛୁ ରାଉରକେଲା ଫୁଲଝର ଗାଁର କଥା। ଯେଉଁଠାରେ ଦୁଇ ବନ୍ଧୁ ମିଶିକି କରୁଛନ୍ତି ଜୈବିକ ଚାଷ। ଏହି ଦୁଇ ବନ୍ଧୁ ହେଲେ ଶୁକ୍ରୁ ତନ୍ତି ଓ ବେଣୁଧର କୁମ୍ଭାର। ଉଭୟ ସାଙ୍ଗ ଅଲଗା ଅଲଗା କ୍ଷେତ୍ରରେ ଚାକିରି କରିବା […]

ଜୈବିକ ଚାଷ କରୁଛନ୍ତି ଜାତୀୟ ସ୍ତରର କବାଡ଼ି ଖେଳାଳି

two-friend

Advertisment

ରାଉରକେଲା (ପୱନ ତିୱାରୀ): ଦୁଇ ସାଙ୍ଗ। ଆଉ ଦୁଇ ଜଣ ଯାକ ଜାତୀୟ ସ୍ତରର କବାଡ଼ି ଖେଳାଳି। ହେଲେ ଦୁଇଙ୍କ ଭିତରେ ଗୋଟିଏ ସାମଞ୍ଜସ୍ୟ ହେଉଛି, ଏମାନେ ଚାକିରି କରିବା ସହ ଚାଷକୁ ମଧ୍ୟ ଆପଣାଇଛନ୍ତି। ଆମେ କହୁଛୁ ରାଉରକେଲା ଫୁଲଝର ଗାଁର କଥା। ଯେଉଁଠାରେ ଦୁଇ ବନ୍ଧୁ ମିଶିକି କରୁଛନ୍ତି ଜୈବିକ ଚାଷ। ଏହି ଦୁଇ ବନ୍ଧୁ ହେଲେ ଶୁକ୍ରୁ ତନ୍ତି ଓ ବେଣୁଧର କୁମ୍ଭାର।

Advertisment

ଉଭୟ ସାଙ୍ଗ ଅଲଗା ଅଲଗା କ୍ଷେତ୍ରରେ ଚାକିରି କରିବା ସହ ଚାଷ କାମରେ ମନ ବଳାଇଛନ୍ତି। ବେଣୁଧର ସିଆରପିଏଫରେ ଜବାନ ଅଛନ୍ତି। ସେ ଏବେ ଚେନ୍ନାଇରେ କାମ କରୁଛନ୍ତି। ଠିକ ସେମିତି ଶୁକ୍ରୁ ମଧ୍ୟ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାମ କରୁଛନ୍ତି। କିନ୍ତୁ ଉଭୟେ ଛୋଟ ସମୟରୁ ମିଶି ବହୁବାର ଜିଲ୍ଲା ରାଜ୍ୟ ଓ ଦେଶରେ କବାଡ଼ି ଖେଳିଛନ୍ତି। ଦୁଇ ବନ୍ଧୁ ହେଉଛନ୍ତି ଜଣେ ଜଣେ ଜାତୀୟ ସ୍ତରର କବାଡି ଖେଳାଳି। ତେବେ କାହିଁକି ଉଭୟେ ଏବେ ଜୈବିକ ଚାଷ କରିବାକୁ ମନସ୍ଥ କରିଛନ୍ତି।

ଉଭୟ ଶୁକ୍ରୁ ଓ ବେଣୁଧର ରାଉରକେଲା ସହରରେ ରୁହନ୍ତି। ତେବେ ଦୁହିଁଙ୍କର କିଛି କିଛି ଜାଗା ରହିଛି। ଆଉ ସେହି ଜାଗାରେ ସେମାନେ ଚାଷ କରିବାକୁ ନିଷ୍ପତ୍ତି ନେଲେ। ବର୍ତ୍ତମାନ ସମୟରେ ରସାୟନିକ ସାର ବ୍ୟବହାର ଦ୍ୱାରା ଯେଉଁ ପନିପରିବା ବିକ୍ରି ହେଉଛି, ତାହାଦ୍ୱାରା ଶରୀରକୁ ବହୁତ କ୍ଷତି ହେଉଛି। ତେଣୁ ଦୁହେଁ ଜୈବିକ ପଦ୍ଧତିରେ ଚାଷ କରି ନିଜ ପାଇଁ ଏବଂ ଅନ୍ୟମାନଙ୍କୁ ଭଲ ପନିପରିବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଲେ। ଆଉ ଏମାନଙ୍କ ପ୍ରଚେଷ୍ଠା ସଫଳ ମଧ୍ୟ ହେଲା। ଦୁହେଁ ପନିପରିବା ସାଙ୍ଗକୁ କିଛି ଫଳ ଚାଷ ମଧ୍ୟ କରିଛନ୍ତି। ଫଳ ମଧ୍ୟରେ ସେଓ, ଡାଳିମ୍ବ, ଲିଚି ଆଦି ଚାଷ କରିଥିବା ବେଳେ ପରିବା ଭିତରେ ମୂଳା, ଭେଣ୍ଡି, ଲାଉ, ପାଣିକଖାରୁ, ଜହ୍ନି ଆଦି ବିଭିନ୍ନ ପ୍ରକାରର ଚାଷ କରିଛନ୍ତି।

Advertisment

ଶୁକ୍ରୁ କହିଛନ୍ତି ଯେ ଆମ ଦୁହିଁଙ୍କ ପାଖରେ ଜାଗା ଥିଲା। ତେଣୁ ଆମେ ଭାବିଲୁ ଯେ କମ୍ ଜାଗାରେ କିପରି ଅଧିକ ଚାଷ କରିପାରିବା। ସାଧାରଣତଃ ଚାଷୀମାନେ କୌଣସି ଗୋଟିଏ ଚାଷ କରନ୍ତି। କିନ୍ତୁ ଆମେ ବିଭିନ୍ନ ପ୍ରକାରର ଚାଷ କରିବାକୁ ନିଷ୍ପତ୍ତି ନେଲୁ। କାରଣ ପାଣିପାଗ କେବେ ଠିକ୍ ରହୁନାହିଁ। ବର୍ତ୍ତମାନ ସମୟରେ ବର୍ଷା ହେଉନାହିଁ। ଆଉ ଅଧିକ ବର୍ଷା ହେଲେ ଚାଷ ମଧ୍ୟ ନଷ୍ଟ ହେଉଛି। ତେୁ ଆମେ ଭାବିଲୁ ଯେ ଆମେ ଯଦି ବିଭିନ୍ନ ପ୍ରକାରର ଚାଷ କରିବୁ, ତାହେଲେ କୌଣସି ଗୋଟିଏ ଚାଷ ଯଦି ନଷ୍ଟ ହୋଇଗଲା, ଆମକୁ ଅନ୍ୟ ଚାଷ ଲାଭ ଦେଇପାରିବ।

ଅନ୍ୟପକ୍ଷରେ ବେଣୁଧରଙ୍କ କାହାଣୀ ଅତ୍ୟନ୍ତ ପ୍ରେରଣାଦାୟୀ। ବେଣୁଧର କହିଛନ୍ତି ଯେ ‘ଗତବର୍ଷ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ହେଲେ ଜନ୍ମରୁ ତା’ର କିଡନୀରେ ବ୍ଲକେଜ୍ ରହିଲା। ଏହାର କାରଣ ଡାକ୍ତର ଆମକୁ ୟୁରିଆ ସାରର ଖାଦ୍ୟ ଖାଉଥିବା କଥା କହିଥିଲେ। ଆମେ ଯେଉଁ ଖାଦ୍ୟ ଖାଉଛୁ, ସେଥିପାଇଁ ପିଲାଟିର ଏମିତି ସମସ୍ୟା ହେଲା। ଏହା ପରେ ମୁଁ ନିଷ୍ପତ୍ତି ନେଲି ଯେ ଯଦି ଆମେ ଜୈବିକ ଚାଷ କରିବୁ, ତାହେଲେ ମୋ ସହ ମୋ ପରିବାର ମଧ୍ୟ ସୁରକ୍ଷିତ ରହିବ।’ ବେଣୁଧର ଚାଷ ପାଇଁ ସ୍ୱତନ୍ତ୍ର ସାର ପ୍ରସ୍ତୁତ କରିଛନ୍ତି।

ସୂଚନାଯୋଗ୍ୟ, ଉଭୟ ଶୁକ୍ରୁ ଓ ବେଣୁଧର ସ୍କୁଲ ଦିନରୁ ଏକାଠି କବାଡ଼ି ଖେଳିଆସିଛନ୍ତି। ଶୁକ୍ରୁ କବାଡ଼ିରେ ଥରେ ଜୁନିୟର, ଦୁଇଥର ସିନିୟର ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି। ଏହାଛଡ଼ା ସେ ରାଜ୍ୟସ୍ତରୀୟ ଚାମ୍ପିୟନଶିପରେ ସୁନ୍ଦରଗଡ଼ ଓ ଆରଏସପି ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ବର୍ତ୍ତମାନ ଶୁକ୍ରୁ ଓଡ଼ିଶା ଟିମ୍ ଓ ଆରଏସପିର କୋଚ୍ ଅଛନ୍ତି। ସେହିପରି ବେଣୁଧର ବର୍ତ୍ତମାନ ଆରଏସପିରେ ଚାକିରି କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe