କେବଳ ଓଢ଼ଣି ନୁହେଁ, ପିଲାଙ୍କ କଳା ପ୍ୟାଣ୍ଟ ବି କଢ଼ାଯାଇଥିଲା!

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ସମାବେଶ ବେଳେ କେବଳ ମହିଳାଙ୍କ ଓଢ଼ଣି କଢ଼ାଯାଇ ନ ଥିଲା, ଛୋଟ ପିଲା ପିନ୍ଧିଥିବା କଳା ପ୍ୟାଣ୍ଟକୁ ମଧ୍ୟ ଖୋଲି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳକୁ ଯିବା ପୂର୍ବରୁ ଗେଟ୍‌ରେ ପୋଲିସ୍‌ ତନ୍ନତନ୍ନ କରି ଯାଞ୍ଚ କରିଥିଲା। କୌଣସି ପ୍ରକାର କଳା ରଙ୍ଗ ପରିଧାନକୁ ବାରଣ କରାଯାଇଥିଲା। ମହିଳା ଓ ଯୁବତୀଙ୍କ ଦେହରୁ କଳା ଓଢ଼ଣି, ଷ୍ଟୋଲ୍‌ ଓ ସ୍କାର୍ଫ କଢ଼ା ଯାଇଥିଲା। ପୋଲିସ୍‌ର ଯାଞ୍ଚ ବ୍ୟବସ୍ଥାରୁ […]

sundragada

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 08:31 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ସମାବେଶ ବେଳେ କେବଳ ମହିଳାଙ୍କ ଓଢ଼ଣି କଢ଼ାଯାଇ ନ ଥିଲା, ଛୋଟ ପିଲା ପିନ୍ଧିଥିବା କଳା ପ୍ୟାଣ୍ଟକୁ ମଧ୍ୟ ଖୋଲି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳକୁ ଯିବା ପୂର୍ବରୁ ଗେଟ୍‌ରେ ପୋଲିସ୍‌ ତନ୍ନତନ୍ନ କରି ଯାଞ୍ଚ କରିଥିଲା। କୌଣସି ପ୍ରକାର କଳା ରଙ୍ଗ ପରିଧାନକୁ ବାରଣ କରାଯାଇଥିଲା। ମହିଳା ଓ ଯୁବତୀଙ୍କ ଦେହରୁ କଳା ଓଢ଼ଣି, ଷ୍ଟୋଲ୍‌ ଓ ସ୍କାର୍ଫ କଢ଼ା ଯାଇଥିଲା। ପୋଲିସ୍‌ର ଯାଞ୍ଚ ବ୍ୟବସ୍ଥାରୁ ଶିଶୁମାନେ ମଧ୍ୟ ବାଦ ପଡ଼ି ନ ଥିଲେ। ଛୋଟ ପିଲାମାନେ ପିନ୍ଧିଥିବା ପ୍ୟାଣ୍ଟ କାଢ଼ି ଦେଇଥିଲେ। ଏପରିକି କଳା ପର୍ସ ଓ ହ୍ୟାଣ୍ଡ ବ୍ୟାଗକୁ ମଧ୍ୟ କଢ଼ା ଯାଇଲା। ପଶ୍ଚିମାଞ୍ଚଳ ଆଇଛି ଘଟଣାର ତଦନ୍ତ କରିଥିବା ବେଳେ ବିଚାର ବିଭାଗୀୟ ତଦନ୍ତ ଦାବି ହେଉଛି।

Related story