ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଳାରେ ବେଆଇନ୍ ଗୋ-ଚାଲାଣ ଓ ଗୋ-ହତ୍ୟା ବନ୍ଦ କରିବା ଦାବି ତେଜିବାରେ ଲାଗିଛି।ଏହାକୁ କେନ୍ଦ୍ରକରି ଜିଲ୍ଲରେ ବେଶ କିଛିଦିନ ହେବ ଲାଗିରହିଛି ଉତ୍ତେଜନା। ଏହି ଘଟଣାରେ ପୋଲିସ ଭାରତୀୟ ସନ୍ଥ ସେବାର ସଦସ୍ୟ ସ୍ୱାମୀ ତେଜମୟ ସ୍ୱରୁପଙ୍କୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗରେ ଗିରଫ ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଗିରଫଦାରୀକୁ ବିରୋଧ କରି ଜେଲ୍ ଭିତରେ ତେଜମୟ ସ୍ୱରୁପ ଅନଶନ ଚଳାଇଥିଲେ ବୋଲି ସୁନ୍ଦରଗଡ଼ ଏସପି ଆର୍. ପ୍ରକାଶ କହିଛନ୍ତି। ଶନିବାର ଅନଶନରେ ବସିଥିବା ତେଜମୟ ସ୍ୱରୂପଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପଟେ ତାଙ୍କ ଗିରଫଦାରୀକୁ ବିରୋଧ କରି ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ର ଏକ ପ୍ରତିନିଧି ଦଳ ଏସ୍ପି ଆର୍ ପ୍ରକାଶଙ୍କୁ ଭେଟି ଜେଲରୁ ନିଃସର୍ତ୍ତ ଖଲାସ ଦାବି କରିଛନ୍ତି। ତା'ସହ ଗୋ-ଚାଲାଣକୁ ବନ୍ଦ କରାଯାଉ ବୋଲି ଉଭୟ କମିଟି ଦାବି କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।